ଆହତ ହୋଇ ୨୦୨୩ ବିଶ୍ୱକପରୁ ବାଦ୍ ପଡ଼ିଲେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ

ନୂଆଦିଲ୍ଲୀ,୭/୧୧: ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ପରେ ବାଂଲାଦେଶକୁ ଲାଗିଛି ବଡ ଝଟକା। ବାମ ହାତ ଅଙ୍ଗୁଳି ଭାଙ୍ଗିଯିବାରୁ ଚାଲିଥିବା ଦିନିକିଆ ବିଶ୍ୱକପରୁ ବାଦ୍ ପଡିଛନ୍ତି ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ତଥା ଅଧିନାୟକ ଶାକିବ ଅଲ ହାସନ। ଫଳରେ ନଭେମ୍ବର ୧୧ ତାରିଖରେ ପୁନେରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚରେ ଶାକିବ ଖେଳିବେ ନାହିଁ।

ବାଂଲାଦେଶ ଦଳର ଫିଜିଓ ବାଇଜେଡୁଲ ଇସଲାମ ଖା କହିଛନ୍ତି ଯେ ଇନିଂସ ଆରମ୍ଭରେ ଶାକିବ ତାଙ୍କ ବାମ ହାତ ଅଙ୍ଗୁଳିରେ ଆଘାତ ପାଇଥିଲେ କିନ୍ତୁ ପେନକିଲର ଔଷଧ ଖାଇ ସେ ବ୍ୟାଟିଂ ଜାରି ରଖିଥିଲେ।

“ମ୍ୟାଚ ପରେ ଶାକିବ ଦିଲ୍ଲୀରେ ଏକ ମେଡିକାଲରେ ଏକ୍ସ-ରେ କରିଥିଲେ ଯେଉଁଠି ତାଙ୍କର ବାମ ହାତର ଅଙ୍ଗୁଳି ଗଣ୍ଠିରେ ଫ୍ରାକ୍ଚର ନିଶ୍ଚିତ କରିଥିଲା। ଏଥିରୁ ସୁସ୍ଥ ହେବାକୁ ତିନିରୁ ଚାରି ସପ୍ତାହ ସମୟ ଲାଗିବ ବୋଲି ମେଡିକାଲ ଟିମ୍ କହିଛନ୍ତି। ବୁଧବାର ଶାକିବ ବାଂଲାଦେଶ ଫେରିବେ ବୋଲି ସୂଚନା ମିଳିଛି। ”

 

 

 

 

Share