ରିପୋର୍ଟରଙ୍କୁ କାଷ୍ଟିଂ କାଉଚ୍‌ ପାଇଁ ରାଜି କରାଉଥିବା ବେଳେ ଧରାପଡ଼ିଥିଲେ ଏହି ଅଭିନେତ୍ରୀଙ୍କ ବାପା, ଆଉ ତା’ ପରେ..

ବମ୍ବେ: କଥାରେ ଅଛି ଗୋଟିଏ ଜିନିଷକୁ ତିଆରି କରିବାକୁ ବର୍ଷ ବର୍ଷ ଲାଗେ, ହେଲେ ତାକୁ ନଷ୍ଟ କରିବାକୁ କିଛି ସେକେଣ୍ଡ। ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ଗୋଟିଏ ଭୁଲ ପାଇଁ ନିଜର କ୍ୟାରିୟରକୁ ନଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ବାପା ଶକ୍ତି କପୁର ଜଣେ।

କାଷ୍ଟିଂକାଉଚ୍‌କୁ ନେଇ ଶକ୍ତିଙ୍କ ଅଭିନୟଜୀବନ ଖରାପ ହୋଇଯାଇଥିଲା। ସେ ଜଣେ ରିପୋର୍ଟରଙ୍କୁ କାମ ଦେବା ଲାଗି କାଷ୍ଟିଂକାଉଚ ପାଇଁ କହିଥିଲେ। ଏକ ଷ୍ଟିଂଗ ଅପରେଶନରେ ଏହା ଜଣାପଡ଼ିଥିଲା। ପରେ ସେ ଇଣ୍ଡଷ୍ଟ୍ରୀର ନାମୀଦାମୀ ହିରୋଇନ୍‌ ରାଣୀ ମୁଖାର୍ଜୀ, ଐଶ୍ୱର୍ଯ୍ୟା ରାୟ, ପ୍ରତି ଜିଣ୍ଟା କାଷ୍ଟିଂକାଉଚ ପାଇଁ ବଡ଼ ଉପଲବ୍ଧି ହାସଲ କରିଥିବା କହି ବିବାଦକୁ ଆସିଥିଲେ। ବାସ୍‌ ଏହି ଗୋଟିଏ ଭୁଲ ପାଇଁ ତାଙ୍କୁ ବଲିଉଡ୍‌ରେ କାମ ମିଳିବା ବନ୍ଦ ହୋଇଯାଇଥିଲା। ତାଙ୍କ ସହ କେହି କାମ କରିବାକୁ ରାଜି ହୋଇ ନ ଥିଲେ।

ସେହି ସମୟ ବିତିଯାଇଥିବା ବେଳେ ଏବେ ଶକ୍ତିଙ୍କ ପୁଅ ଓ ଝିଅ ଉଭୟେ ସିନେଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ନିରୂପଣ କରିସାରିଛନ୍ତି। ଅଭିନୟ ସାଙ୍ଗକୁ ନୃତ୍ୟରେ ମଧ୍ୟ ଶ୍ରଦ୍ଧା କିମିଆ କରୁଛନ୍ତି। ସେହିଭଳି ପୁଅ ଖଳନାୟକ ଭୂମିକାରେ ନଜର ଆସୁଛନ୍ତି।

Share