Categories: ଜାତୀୟ

ସିଦ୍ଧାନ୍ତ କପୁରଙ୍କୁ ମିଳିଲା ବେଲ୍‌

ମୁମ୍ବାଇ,୧୪ ।୬: ବଲିଉଡ ଅଭିନେତା ଶକ୍ତି କପୁରଙ୍କ ପୁଅ ସିଦ୍ଧାନ୍ତ କପୁରଙ୍କୁ ଡ୍ରଗ୍ସ ମାମଲାରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା । ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହୋଟେଲରେ ପାର୍ଟି ଚାଲିଥିବା ସମୟରେ ପୋଲିସ ରେଡ କରିଥିଲା । ସେହିଠାରୁ ହିଁ ଡ୍ରଗ୍ସ ନେବା ଅଭିଯୋଗରେ ପୋଲିସ ସିଦ୍ଧାନ୍ତଙ୍କ ସହ ୪ ଜଣଙ୍କୁ ଗିରଫ କରିଥିଲା । ସିଦ୍ଧାନ୍ତଙ୍କ ଡ୍ରଗ୍ସ ଟେଷ୍ଟ ପଜିଟିଭ ଆସିଥିଲା । ତେବେ ଏହି ମାମଲାରେ ସୋମବାର ସିଦ୍ଧାନ୍ତଙ୍କ ସମେତ ୪ ଜଣଙ୍କୁ ବେଲ୍ ମିଳିଯାଇଛି ।
ଡିସିପି ଇଷ୍ଟ ବେଙ୍ଗାଲୁରୁ ଭିମାଶଙ୍କର ଗୁଲେଡ କହିଛନ୍ତି ସିଦ୍ଧାନ୍ତ କପୁର ଓ ଅନ୍ୟ ୪ ଜଣଙ୍କୁ ଷ୍ଟେଶନ ବେଲ୍‌ରେ ମୁକୁଳାଇ ଦିଆଯାଇଛି । ଏବେ ଯଦି ସେମାନଙ୍କୁ ଡକାଯିବ ତେବେ ସେମାନେ ପୋଲିସ ଷ୍ଟେଶନ ଆସିବାକୁ ପଡିବ ।

Share