Categories: ଜାତୀୟ

ଶକ୍ତି ମିଲ୍‌ ଗଣ ବଳାତ୍କାର ମାମଲା, ଦୋଷୀଙ୍କ ଫାଶୀଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ…

ମୁମ୍ବାଇ,୨୫।୧୧: ଶକ୍ତି ମିଲ୍ସ ପରିସରରେ ୨୨ ବର୍ଷ ବୟସ୍କା ମହିଳା ଫଟୋ ଜର୍ନାଲିଷ୍ଟଙ୍କ ଗଣବଳାତ୍କାରର ଘଟଣାରେ ତିନିଜଣ ଦୋଷୀଙ୍କୁ ଦିଆଯାଇଥିବା ପାଶୀଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଛନ୍ତି। ସେମାନଙ୍କ ଦ୍ୱାରା କରାଯାଇଥିବା ଅପରାଧର ଅନୁତାପ ପାଇଁ ସେମାନେ ଆଜୀବନ କାରାଦଣ୍ଡ ଭୋଗିବାକୁ ଯୋଗ୍ୟ ବୋଲି କୋର୍ଟ କହିଛନ୍ତି।

ବିଚାରପତି ସାଧନା ଯାଦବ ଏବଂ ପୃଥ୍ବୀରାଜ ଚୌହ୍ବାନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ବିଜୟ ଯାଦବ, ମହମ୍ମଦ କାସୀମ ଶେଖ ଏବଂ ମହମ୍ମଦ ଅନସାରୀଙ୍କୁ ସେସନ କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ଫାଶୀଦଣ୍ଡକୁ ମନା କରିଦେଇଛନ୍ତି ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ୮ ବର୍ଷ ତଳେ ୨୨ ଅଗଷ୍ଟ ୨୦୧୩ରେ ଘଟିଥିଲା। ମହାଲକ୍ଷ୍ମୀ ଅଞ୍ଚଳରେ ବର୍ଷ ବର୍ଷ ଧରି ବନ୍ଦ ହୋଇ ରହିଛି। ଘଟଣା ଦିନ ସା ୬ ଟାରେ ମହିଳା ଫଟୋ ଜର୍ନାଲିଷ୍ଟ ଏବଂ ତାଙ୍କ ସାଥୀ ସେଠାରେ ପହଞ୍ଚିଲେ।

ସେଠାରେ ଉପସ୍ଥିତ ଥିବା କିଛି ଲୋକ ନିଜକୁ ପୋଲିସ ବୋଲି ପରିଚୟ ଦେଇ ସେମାନଙ୍କୁ ଫଟୋ ଉଠାଇବାକୁ ମନା କରିଥିଲେ। ସେମାନେ କହିଥିଲେ ଯେ ପ୍ରଥମେ ଆପଣ ଆମ ଅଧିକାରୀଙ୍କଠାରୁ ଅନୁମତି ନିଅନ୍ତୁ ଏବଂ ତା’ପରେ ଫଟୋ ଉଠାନ୍ତୁ। ସେମାନେ ମହିଳା ଫଟୋ ଜର୍ନାଲିଷ୍ଟ ଏବଂ ତାଙ୍କ ସାଥୀଙ୍କୁ ଭିତରକୁ ନେଇଯାଇଥିଲେ। ପରେ ଉଭୟଙ୍କୁ ଆକ୍ରମଣ କରିବା ସହିତ ମହିଳା ଫଟୋ ଜର୍ନାଲିଷ୍ଟଙ୍କ ସାଥୀକୁ ସେଠାରେ ବାନ୍ଧି ରଖିଥିଲେ। ଏହା ପରେ ମହିଳା ଫଟୋ ଜର୍ନାଲିଷ୍ଟଙ୍କୁ ୫ ଜଣ ଗଣ ବଳାତ୍କାର କରିଥିଲେ। ଦୁଇ ଘଣ୍ଟା ପରେ ମହିଳା ଫଟୋ ଜର୍ନାଲିଷ୍ଟ ଏବଂ ତାଙ୍କ ସାଥୀ ନିଜ ଜୀବନ ବଞ୍ଚାଇ କୌଣସି ପ୍ରକାରେ ହସ୍ପିଟାଲରେ ପହଞ୍ଚିଥିଲେ।

ଡାକ୍ତରମାନେ ପୋଲିସକୁ ସୂଚନା ଦେଇଥିଲେ। ୭୨ ଘଣ୍ଟା ମଧ୍ୟରେ ପୋଲିସ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଧରିଥିଲା। ପଚରାଉଚରା ବେଳେ ଆଉ ଏକ ଗ୍ୟାଙ୍ଗ ବଳାତ୍କାର ମାମଲା ମଧ୍ୟ ସାମ୍ନାକୁ ଆସିଥିଲା।

Share