ସୁପରହିରୋ ଶକ୍ତିମାନ ଉପରେ ନିର୍ମାଣ ହେବ ଫିଲ୍ମ!

ମୁମ୍ବାଇ: ପିଲାମାନଙ୍କର ଅତିପ୍ରିୟ ଧରାବାହିକ ଶକ୍ତିମାନ ସେତେବେଳେ ତା’ର ଲୋକ ପ୍ରିୟତାକୁ ବଜାୟ ରଖିଥିଲା । କେହି ଏହାକୁ ଭାରତର ପ୍ରଥମ ସୁପରହିରୋ କୁହନ୍ତି ତ କେହି କୁହନ୍ତି ଏହା ସବୁଠାରୁ ଶକ୍ତିଶାଳୀ । ୯୦ ଦଶକରେ ଏହି ଧାରାବାହିକ ବେଶ୍ ଲୋକପ୍ରିୟତା ସାଉଁଟିଥିଲା । ତେବେ କରୋନା ମହାମାରୀ ସମୟରେ ଚାଲିଥିବା ଲକ୍‌ଡାଉନ ବେଳେ ଦୂରଦର୍ଶନ ପକ୍ଷରୁ ଏହାକୁ ପୁଣିଥରେ ପ୍ରସାରଣ କରାଯାଇଥିବା ବେଳେ ଏହାମଧ୍ୟ ପୂର୍ବ ଲୋକପ୍ରିୟତାକୁ ବଜାୟ ରଖିଥିଲା । ଏବେ ଏହାକୁ ଦେଖି ଏହାର ନିର୍ମାତା ଶକ୍ତିମାନ ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରିଥିବା ଜଣାପଡିଛି । ତେବେ ଏହା ବଡ ହୋଇ ଯାଇଥିବାରୁ ଏହାକୁ ୩ଟି ପର୍ଯ୍ୟାୟରେ ରିଲିଜ୍ କରାଯିବାକୁ ଯୋଜନା କରାଯାଉଛି । ଏଥିରେ ଶକ୍ତିମାନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାହାଣୀକୁ ସ୍ଥାନିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ପର୍ଯ୍ୟନ୍ତ ଏଥିପାଇଁ ଜଣେ ବଡ କଳାକାରଙ୍କୁ ଖୋଜା ଚାଲିଥିବା ବେଳେ ଏହା ଏକ ହାଇ ବଜେଟର ଫିଲ୍ମ ହେବ ବୋଲି କୁହାଯାଉଛି । ସେହିପରି ବଡକରି ଏହାକୁ ରିଲିଜ୍ କରାଯିବାକୁ ମଧ୍ୟ ଯୋଜନା ରହିଥିବା ସୂଚନା ମିଳିଛି । ଏହାକୁ ନେଇ ମୁଖ୍ୟ ଚରିତ୍ରରେ ଆସିଥିବା ମୁକେଶ ଖାନ୍ନା କୁହନ୍ତି ଏହା ଆମପାଇଁ ସ୍ୱପ୍ନଠାରୁ କିଛି କମ୍ ନୁହେଁ । ଏହା ନିର୍ମାଣ କରାଗଲା ପରେ ୨୦୨୧ରେ ଏହାକୁ ରିଲିଜ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Share