ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ଜବରଦସ୍ତ ଲୁକ୍‌ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ପୁଷ୍ପା’ରେ ଆଇଟମ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିବା ସାମନ୍ଥା ଏବେ ପୁଣି ଚର୍ଚ୍ଚାରେ। ସାମନ୍ଥାଙ୍କ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ଯାହାକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରୁଛନ୍ତି। ଏହା ହେଉଛି ସାମନ୍ଥାଙ୍କ ‘ଶକୁନ୍ତଳମ’ର ଲୁକ୍‌। ଗୁଣଶେଖରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକୁନ୍ତଳମ’ରେ ସେ ନଜର ଆସିବେ। ତେବେ ଏହାର ପ୍ରଥମ ଲୁକ୍‌ ସାମନ୍ଥା ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ଶକୁନ୍ତଳା ବହୁତ ସୁନ୍ଦର, ସୂକ୍ଷ୍ମ ଏବଂ ସରଳତାରେ ପରିପୂର୍ଣ୍ଣ । ଏହି ପୋଷ୍ଟଟି ଶେୟାର ହେବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି।

 

Share