ଆଇନମନ୍ତ୍ରୀ ଦେଲେ ବଡ଼ ସୂଚନା, କହିଲେ ଶ୍ରୀମନ୍ଦିର ପ୍ରଶାସନରେ ନିଯୁକ୍ତ ହେବେ…

ଭୁବନେଶ୍ୱର,୨୫ା୯: ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବୁଧବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନରେ ପୁଡ୍‌ ଅଫିସର ନିଯୁକ୍ତି ହେବେ। ଏହି ଅଫିସର ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ। ଏଥିସହିତ ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ସାମଗ୍ରୀ ଏବଂ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ କରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି ହେବ କହିଲେ ଆଜି ମନ୍ତ୍ରୀ କହିଛନ୍ତି।

ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛତେଲର ମାତ୍ରା ଥିଲା। ତେବେ ଏହାର ପ୍ରମାଣ ମିଳିବା ପରେ ସବୁ ଧର୍ମାବଲମ୍ବୀ ଭକ୍ତଙ୍କୁ ଶକ୍ତ ଝଟ୍‌କା ଲାଗିଛି। ଏହି ଘଟଣା ପରେ ଆକ୍ସନ ମୋଡ୍‌କୁ ଆସିଛନ୍ତି ପୁରୀ ଜିଲାପାଳ।

ଗତକାଲି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏନେଇ ବଡ଼ ସୂଚନା ଦେଇଥିଲେ। ସେ କହିଥିଲେ, ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ସମ୍ଭାବନା ରହିଛି। ତେଣୁ ଖୁବ୍‌ଶୀଘ୍ର ବ୍ୟବହୃତ ଘିଅର ମାନ ଯାଞ୍ଚ ହେବ। ଏନେଇ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯିବ। ଓମ୍‌ଫେଡ୍‌ ଓ ଅନ୍ୟ ସଂସ୍ଥା ସହ ମଧ୍ୟ ଆଲୋଚନା କରିବୁ। ଏହାପରେ ମହାପ୍ରସାନ ସହ ଦୀପରେ ବ୍ୟବହୃତ ହେଉଥିବା ଘିଅକୁ ଫୁଡ୍‌ ସେଫ୍ଟି ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ। ତେବେ ମାନ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ: ୫ ପର୍ଯ୍ୟଟକ ଆହତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମର ବୈସରନ ଉପତ୍ୟକାରେ ମଙ୍ଗଳବାର ଏକ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଏହି ଅଞ୍ଚଳ, ଯାହାକୁ...

ଅସହ୍ୟ ହେଉଛି ତାତି: ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର,୨୨।୪: ରାଜ୍ୟରେ ଅସହ୍ୟ ହେଉଛି ତାତି। ତେଣୁ କେବେ ସ୍କୁଲ ଛୁଟି ଘେଷଣା ହେବ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

କିଏ ସେହି ଶକ୍ତି ଦୁବେ: ଯିଏ ହେଲେ UPSC ଟପ୍ପର, ଜାଣନ୍ତୁ କେମିତି ଥିଲା ତାଙ୍କ ଯାତ୍ରା

ପ୍ରୟାଗରାଜ,୨୨।୪: ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ଆଜି ପ୍ରକାଶ ପାଇଛି। ଶକ୍ତି ଦୁବେ UPSC ସିଭିଲ ସର୍ଭିସେସ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ...

‘ସଂସଦ ସର୍ବୋଚ୍ଚ, ଏହା ଉପରେ କେହି ନୁହଁନ୍ତି’: ପୁଣି ସୁପ୍ରିମକୋର୍ଟକୁ ଟାର୍ଗେଟ୍‌ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨।୪: ଉପରାଷ୍ଟ୍ରପତି ଜଗଦୀପ ଧନଖର ପୁଣି ଥରେ ଭାରତର ସମ୍ବିଧାନରେ ନିର୍ଦ୍ଦିଷ୍ଟ ଶାସନ ଢାଞ୍ଚାରେ ନ୍ୟାୟପାଳିକାର ଭୂମିକା ଏବଂ ସୀମା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image