Advertisement

କ’ଣ ଆମେ କାମ ଛାଡ଼ି ବାହାରେ ବସିବୁ? ଜାଣନ୍ତୁ କାହିଁକି ରାଗିକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୨ା୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବଳାତ୍କାର ଓ ହତ୍ୟା ମାମଲାରେ ସାରା ଦେଶ ଚକିତ ହୋଇଯାଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି କରୁଛି। ଏହି ସମୟ ମଧ୍ୟରେ କୋର୍ଟ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛନ୍ତି ଏବଂ ଡାକ୍ତରଖାନାରେ ସେମାନଙ୍କ ସୁରକ୍ଷା ନିଶ୍ଚିତ କରାଯିବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି।

ଗୁରୁବାର ଶୁଣାଣି ସମୟରେ ବେଙ୍ଗାଲୁରୁ ସରକାରଙ୍କ ଓକିଲ କପିଲ ଶିବଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟରେ ଅନେକ ବିତର୍କ ହୋଇଥିଲା। ସଲିସିଟର ଜେନେରାଲ କୋର୍ଟରେ କହିଛନ୍ତି, ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀ କହୁଛନ୍ତି, ସେ ଆମ ନେତାଙ୍କ ବିରୋଧରେ କହୁଥିବା ଲୋକଙ୍କ ଆଙ୍ଗୁଠି କାଟିବେ। ଏହା ଉପରେ ଓକିଲ କପିଲ ଶିବଲ କହିଛନ୍ତି, ଏଭଳି ପରିସ୍ଥିତିରେ ଆମକୁ କହିବାକୁ ପଡ଼ିବ ଯେ, ବିରୋଧୀ ଦଳର ନେତାମାନେ ମଧ୍ୟ ଗୁଳି ଚଳାଇବା କଥା କହୁଛନ୍ତି।

ମୁଖ୍ୟ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଡାକ୍ତରମାନଙ୍କୁ ନିବେଦନ କରି କହିଥିଲେ, ଆମେ ସମସ୍ତ ପ୍ରକାର କାର୍ଯ୍ୟରୁ ସୁରକ୍ଷା ଯୋଗାଇବୁ, ତୁମେ କାମକୁ ଫେରିବା ଉଚିତ। ‘ନ୍ୟାୟ ଏବଂ ଔଷଧ ବନ୍ଦ ହୋଇପାରିବ ନାହିଁ। ଆମେ କ’ଣ କାମ ଛାଡ଼ି ସୁପ୍ରିମକୋର୍ଟ ବାହାରେ ବସିବୁ କି? ଏମ୍ସର ଡାକ୍ତରମାନେ ୧୩ ଦିନ କାମ କରିନାହାନ୍ତି। ଏହା ଠିକ ନୁହେଁ। ରୋଗୀମାନେ ଦୂରଦୂରାନ୍ତରୁ ଆସୁଛନ୍ତି।

ଚନ୍ଦଚୂଡ଼ ଆହୁରି ମଧ୍ୟ କହିଛନ୍ତି, ଡାକ୍ତରଙ୍କ ସୁରକ୍ଷା ପାଇଁ ଆମେ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛୁ। ଆଜି ଆମକୁ ଏକ ଡିଷ୍ଟ୍ରେସ୍‌ କଲ୍‌ ସିଷ୍ଟମ କରିବା ଭଳି ପରାମର୍ଶ ଦିଆଯାଇଛି। ଟାସ୍କଫୋର୍ସ ଏହିପରି ସମସ୍ତ ପରାମର୍ଶକୁ ବିଚାର କରିବା ଉଚିତ।’

ସେ କହିଛନ୍ତି, ‘ଗତ ଶୁଣାଣିରେ ଆମେ ରାଜ୍ୟ ସରକାରଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ବଳ ପ୍ରୟୋଗ ନ କରିବାକୁ କହିଥିଲୁ। ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଆମେ ବିରୋଧର ଅନୁମତି କିମ୍ବା ପ୍ରତ୍ୟାଖ୍ୟାନ କରିବାର ଅଧିକାରକୁ କ୍ଷୁଣ୍ଣ କରିନାହୁଁ।’

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share