ନୂଆଦିଲ୍ଲୀ: ଜେଏସ୍ପିଏଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ‘ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର’ ଭାବରେ ସମ୍ମାନିତ କରାଯାଇଛି। ଇଣ୍ଡିଆ ସିଏସଆର ନେଟଓ୍ବର୍କ ପକ୍ଷରୁ ୧୬ ଜାନୁୟାରୀ ୨୦୨୧ରେ ଆୟୋଜିତ ହୋଇଥିବା ‘ଇଣ୍ଡିଆ ସିଏସଆର ନେତୃତ୍ୱ ସମ୍ମିଳନୀ-୨୦୨୧ରେ ଶାଲୁ ଜିନ୍ଦଲଙ୍କୁ କୋଭିଡ୍-୧୯ ମହାମାରୀ ସମୟରେ ତାଙ୍କର ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ପୁରସ୍କାର ଗ୍ରହଣ କରି ଶ୍ରୀମତୀ ଜିନ୍ଦଲ କହିଛନ୍ତି ଯେ,ଜେଏସ୍ପିଏଲ ଫାଉଣ୍ଡେଶନ ଭାରତ ନିର୍ମାଣ ଏବଂ ଜୀବନକୁ ସଶକ୍ତୀକରଣ କରିବାରେ ବିଶ୍ୱାସ କରେ। ଏହି ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଦୁଃଖଦ ପରିସ୍ଥିତିରେ ଲୋକମାନଙ୍କର କଷ୍ଟ ଲାଘବ କରିବା ପାଇଁ ଆମେ କିଛି ପରିମାଣରେ ପ୍ରଚେଷ୍ଟା କରିଥିଲୁ। ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଲୋକମାନଙ୍କ ପାଇଁ ଆମେ ଆମ ସେବା ଜାରି ରଖିବୁ ବୋଲି ସେ ମତ ଦେଇଥିଲେ। ସେହିଭଳି ଏହି ପୁରସ୍କାର ପାଇଁ ସେ ଇଣ୍ଡିଆ ସିଏସଆର ନେଟଓ୍ବର୍କକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଲକ୍ଡାଉନ ଓ ଶଟ୍ଡାଉନ ଭଳି କଠିନ ସମୟରେ ଫାଉଣ୍ଡେଶନ ବିଭିନ୍ନ ରାଜ୍ୟ ଓ ସ୍ଥାନରେ ଲୋକମାନଙ୍କୁ ଖାଇବା ଦେବା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପାଇଁ ଆବଶ୍ୟକ ସହାୟତା ଓ ଚିକିସତ୍ା ସୁବିଧା ସହିତ ବିବିଧ କାର୍ଯ୍ୟକ୍ରମ ଓ ଯୋଜନାମାନ କରି ସବୁ ବର୍ଗର ଲୋକଙ୍କ ନିକଟତର ହୋଇପାରିଥିଲା ବୋଲି ଫାଉଣ୍ଡେଶନ ପକ୍ଷରୁ ସୂଚନା ଦିଆଯାଇଛି।