ନୂଆଦିଲ୍ଲୀ,୨୪।୩:ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରମୁଖ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲ୍ଏସ୍ଜି) ଏବଂ ଶ୍ୟାମ ଷ୍ଟିଲ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଥିବା ଜଣାପଡ଼ିଛି। ବିଶେଷକରି ଆଇପିଏଲ୍ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାଏଣ୍ଟସର ପ୍ରମୁଖ ପ୍ରାୟୋଜକ ଭାବେ ଶ୍ୟାମ ଷ୍ଟିଲ୍ ଉକ୍ତ ଏମ୍ଓୟୁ ସ୍ବାକ୍ଷର କରିଛି।
ଏ ସମ୍ପର୍କରେ ଶ୍ୟାମ୍ ଷ୍ଟିଲ୍ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି, ଅନ୍ୟତମ ସର୍ବାଧିକ ଲୋକପ୍ରିୟ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ସହଭାଗିତା କରିବା ନେଇ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ଏହି ଟିମ୍ ପ୍ରତିଭା, ଅଭିଜ୍ଞତା ଏବଂ ଉତ୍ସାହର ଠିକ୍ ସମ୍ମିଶ୍ରଣ। ଏପରିକି ଉତ୍ତର ପ୍ରଦେଶ ଆମ ପାଇଁ ଏକ ମୁଖ୍ୟ ବଜାର ଭାବେ ବିବେଚିତ ଏବଂ ଉତ୍ତର ଭାରତ ବଜାର ପାଇଁ ଏହା ଆମ ସକାଶେ ପ୍ରବେଶ ଦ୍ୱାର ହୋଇଛି। ଆମେ ଆଶା କରୁଛୁ ଯେ, ଏହି ସହଭାଗିତା ଉକ୍ତ ଅଞ୍ଚଳରେ ଏକ ସକାରାମତ୍କ ପ୍ରଭାବ ସୃଷ୍ଟି କରିବ। ଉଭୟ ବ୍ରାଣ୍ଡ୍ ନିମନ୍ତେ ଆମେ ଆଗକୁ ଏକ ଅତ୍ୟନ୍ତ ସଫଳ ସିଜନ କାମନା କରୁଛୁ।