ରୋଗ ପାଇଁ ବାରମ୍ବାର ଅତ୍ମହତ୍ୟା ଉଦ୍ୟମ କରିଥିଲେ ଏହି ଅଭିନେତ୍ରୀ, ହେଲେ ଭାଗ୍ୟରେ ଲେଖାଥିଲା ଆଉ କିଛି

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅଭିନେତ୍ରୀ ଶାମା ସିକନ୍ଦରଙ୍କ ଜୀବନରେ ଏପରି କିଛି ଖରାପ ସମୟ ମଧ୍ୟ ଆସିଥିଲା। କ୍ଷୁଦ୍ର ଫିଲ୍ମ ‘ସେକ୍ସାହୋଲିକ’ରୁ ଲାଇମଲାଇଟକୁ ଆସିଥିବା ଶାମା ଏତେ ଅସୁବିଧାରେ ପଡ଼ିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା ସେ ବଞ୍ଚିଯାଇଥିଲେ।

ଶାମା ତାଙ୍କ ଅଭିନୟ ଏବଂ ଗ୍ଲାମରସ ଷ୍ଟାଇଲ ସହିତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। କିନ୍ତୁ ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେ ସେ ବଞ୍ଚିବାକୁ ଚାହୁଁନଥିଲେ। ବାସ୍ତବରେ, ୫ ବର୍ଷ ପୂର୍ବେ ସେ ବାୟପୋଲର ଡିସ୍‌ଅଡରର୍ଡ ଏକ ମାନସିକ ବ୍ୟାଧି ସହ ସଂଘର୍ଷ କରୁଥିଲେ। ଏହା ଏକ ପ୍ରକାର ମାନସିକ ରୋଗ। ଏ ନେଇ ସେ ସେ ବାରମ୍ବାର ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ।

ପରେ ଏକ ସମୟ ଆସିଲା ଯେତେବେଳେ ସେ ବହୁ ପରିମାଣର ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅଭିନେତ୍ରୀ ଏକ ସାକ୍ଷାତକାର କହିଥିଲେ ଯେ, ଆତ୍ମହତ୍ୟା କରିବା ପୂର୍ବରୁ ସେ ତାଙ୍କ ମା’ଙ୍କ ନିକଟକୁ ଯାଇ ତାଙ୍କୁ ଗେଲ କରିଥିଲେ। ତାଙ୍କୁ ସକାଳେ ଜାଗ୍ରତ ନକରିବାକୁ ମା’ଙ୍କୁ କହିଥିଲେ। ପରେ ବ୍ୟାଙ୍କ ବିଷୟରେ ସମସ୍ତ ତଥ୍ୟ ତାଙ୍କ ଭାଇଙ୍କୁ ଦେଇଥିଲେ। ଏଥିରେ ତାଙ୍କ ଭାଇ ବିରକ୍ତ ହୋଇଥିଲେ। ଭାଇ ସଙ୍ଗେ ସଙ୍ଗେ ମାଆକୁ ଶାମାଙ୍କ ପାଖକୁ ଯିବାକୁ କହିଲେ। ୩ ଘଣ୍ଟା ପରେ ଚେତା ଫେରିଲା ବେଳକୁ ସେ ଡାକ୍ତରଖାନାରେ ଥିଲେ।

ଜାନୁୟାରୀ ୨୦୧୬ ରେ, ଏହି ରୋଗରୁ ଆରୋଗ୍ୟ ଲାଭ କରିବା ପରେ ଶାମା ଆଲେକ୍ସଜାଣ୍ଡାର୍‌ ଜେମ୍ସ ମିଲିରନ ନାମକ ଜଣେ ବ୍ୟକ୍ତିଙ୍କ ସହ ନିର୍ବନ୍ଧ କଲେ। ପରେ ସେ ଏହାର ଫଟୋ ଶେୟାର କରିଥିଲେ ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ।

 

Share