ପୁଣି ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା, ନ୍ୟାୟ ପାଇଁ ଧାରଣାରେ ବସିଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି,୧୮ା୯(ଚିଦାନନ୍ଦ ସାହୁ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକର କଣ୍ଟା ଗାଁରେ ପୁଣି ଲଜ୍ଜା। ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଏକ ଟାଓ୍ବାର ପାଚେରି ପାର୍ଶ୍ୱରୁ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକା ଜଣଙ୍କ ମଙ୍ଗଳବାର ପ୍ରାୟ ଅପରାହ୍ନ ୧ଟାରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ। ବହୁ ସମୟ ଧରି ଝିଅ ଘରକୁ ଫେରି ନ ଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ। ଏହା ପରେ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ପାଇ ନ ଥିଲେ। ଝିଅର ସମସ୍ତ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପରେ ବୋହୁ ଖୋଜଖୋଜି କରି ରାତି ୭ଟା ପରେ ଗ୍ରାମର ବିଦ୍ୟାଳୟ ପଛ ପଟେ ଥିବା ଟାଓ୍ବାର ପାଚେରି ପାର୍ଶ୍ୱରୁ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଉକ୍ତ ରାତିରେ ଖବର ପାଇ ତେନ୍ତୁଳିଖୁଣ୍ଟି ପୋଲିସ ପହଞ୍ଚି ସାଇଣ୍ଟିକ ଟିମ ସହ ତଦନ୍ତ ଆରମ୍ଭ କରିଥିଲା। ରାତି ୨ଟାରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଘଟଣାସ୍ଥଳରେ ପହଞ୍ଚି ଝିଅର ପରିବାର ସହ ଆଲୋଚନା କରିବା ସହ ପୋଲିସ ଦୋଷୀ ଧରି ଦଣ୍ଡ ବିଧାନ କରିବା ଦାବି କରିଛନ୍ତି। ଝିଅର ପରିବାର ସହ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଧରିଲେ ହିଁ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜିଦ୍‌ ଧରିଥିଲେ। ଘଟଣାକୁ ଗୁରୁତର ସହ ନେଇ ଜିଲା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତରା, ଅତିରିକ୍ତ ଏସ୍‌ପି ବଟକୃଷ୍ଣ ମିଶ୍ର ଏବଂ ନବରଙ୍ଗପୁର ଥାନା ଅଧିକାରୀ, ତେନ୍ତୁଳିଖୁଣ୍ଟି ତହସିଲଦାର ରାଜକିଶୋର ପଟ୍ଟନାୟକ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌  ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଥିରେ ଗ୍ରାମବାସୀ ମଧ୍ୟରାତିରେ ଟାୟାର ଜାଳି ରାସ୍ତାରୋକୋ କରି ଦୋଷୀଙ୍କୁ ଦଣ୍ଡବିଧାନ କରିବାକୁ ଅଡ଼ି ବସିଥିଲେ।

ଅନ୍ୟପଟେ ନବରଙ୍ଗପୁର ଏସ୍‌ଡିପିଓ କୁହନ୍ତି, ଏହି ଘଟଣା ତଦନ୍ତ ଚାଲିଛି ବ୍ୟବଚ୍ଛେଦ ହେଲା ପରେ ପ୍ରକୃତ ସତ୍ୟ ବାହାରିବ ବୋଲି କହିବା ସହ ଯଥାଶୀଘ୍ର ଦୋଷୀଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। କିନ୍ତୁ ଘଟଣାକୁ ନିନ୍ଦା କରି ବିଜେଡି ତରଫରୁ ପୂର୍ବତନ ଏମ୍‌ପି ପ୍ରଦୀପ ମାଝି, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଅଖିଳ ଭତରା, ରାଜେନ୍ଦ୍ର ବିଷୋୟୀ କଂଗ୍ରେସ ଦଳ ଜିଲା ସ୍ତରୀୟ କର୍ମକର୍ତ୍ତା, ପୂର୍ବତନ ବିଧାୟକ ଭୁଜବଳ ମାଝି, ସମିତି ସଭ୍ୟ ଦିଲୀପ ପ୍ରଧାନୀ, ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ମା’ ଘରର ମହିଳା ସଭାନେତ୍ରୀ କାଦମ୍ବିନୀ ତ୍ରିପାଠୀ, ଭାଜପାର ଅଞ୍ଚଳ ଗୁମ୍ମା ମଣ୍ଡଳ ସଭାପତି ଅଭିମନ୍ୟୁ ହରିଜନ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଯୁବନେତା ଭିକି ବିଷୋୟୀ ଉପସ୍ଥିତ ରହି ଦୋଷୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରି ପୀଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ଅପରାହ୍ନରେ ଝିଅର ପରିବାର ଗ୍ରାମବାସୀ ସହ ସମସ୍ତ ନେତାଙ୍କ ଉପସ୍ଥିତିରେ ପ୍ରଶାସନ ସହ ଆଲୋଚନା କରିବା ସହ ରେଡ୍‌କ୍ରସ୍‌ ତରଫରୁ ୨୦ ହଜାର ଟଙ୍କା ପରିବାରକୁ ପ୍ରଦାନ କରିବା ସହ ୧୫ ଦିନ ଭିତରେ ଦୋଷୀକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ। ମୃତଦେହ ବ୍ୟବଚ୍ଛେଦ କରିବାକୁ ପୋଲିସ ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରି ମାଲ ବୋଝେଇ ଟ୍ରକ ଉଦ୍ଧାର; ଡ୍ରାଇଭର-ହେଲପରଙ୍କ ପତ୍ତା ମିଳୁନି, ବଢ଼ୁଛି ସନ୍ଦେହ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ରାତିରେ ଚୋରି ହୋଇଯାଇଥିବା ଏକ ଟ୍ରକକୁ ଉଦ୍ଧାର କରିଛି। କିନ୍ତୁ ଗାଡ଼ିର ଡ୍ରାଇଭର ଏବଂ ହେଲପରଙ୍କ ପତ୍ତା...

ପୁଣି ଗାଡ଼ି ଧକ୍କାରେ ଭାଙ୍ଗିଲା ରେଳଫାଟକ

ନିରାକାରପୁର, ୨୦।୪(ମାନସ ଚନ୍ଦ୍ର ପଟ୍ଟନାୟକ): ପିକଅପ୍‌ ଭ୍ୟାନ ଧକ୍କାରେ ପୁଣି ରେଳ ଫାଟକ ଭାଙ୍ଗଛି। ରବିବାର ସାଂ ପ୍ରାୟ ସାଢେ ୭ଟା ରେ ଖୋର୍ଦ୍ଧା ଜିଲା...

ଭାଜପାର ସକ୍ରିୟ ସଦସ୍ଯ ସମ୍ମିଳନୀ, ଆୟୁଷ୍ମାନ କାର୍ଡ ବଣ୍ଟନ: ଯୋଗ ଦେଲେ ସାଂସଦ

ଜି. ଉଦୟଗିରି,୨୦।୪(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରି ଏନଏସି କଲ୍ଯାଣ ମଣ୍ଡପରେ ଭାଜପା ତରଫରୁ ବିଧାନ ସଭା ମଣ୍ତଳୀ ସ୍ତରୀୟ ସକ୍ରିୟ ସଦସ୍ଯ ସମ୍ମିଳନୀ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଠିକାଦାରଙ୍କ ମୁଣ୍ଡରେ ବନ୍ଧୁକ ରଖି ଲୁଟିଥିଲେ, ତୁମୁଡ଼ିବନ୍ଧ ପୋଲିସ ପଞ୍ଝାରେ ୫ ଜଣିଆ ସଶସ୍ତ୍ର ଡକାୟତ ଗ୍ୟାଙ୍ଗ

ତୁମୁଡିବନ୍ଧ,୨୦।୪(ଦୀପକ କୁମାର ପରାସେଠ)-କନ୍ଧମାଳ ଜଲା ତୁମୁଡିବନ୍ଧ ପୋଲିସ ୫ ଜଣିଆ ଶସସ୍ତ୍ର ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ରାୟଫୁଲସ ବନ୍ଧୁକ, ଗୋଟିଏ...

୭-ଦଫା ଦାବି କରି ଗଣ ଇସ୍ତଫା ଦେବାକୁ ଧମକ ଦେଲେ ଓଡ଼ିଶା ଡାକ୍ତର ସଂଘ

ଭୁବନେଶ୍ୱର, ୨୦।୪: ଓଡ଼ିଶା ମେଡିକାଲ ଆସୋସିଏସନ (ଓଏମଏସଏ) ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ସାତ-ଦଫା ଦାବିପତ୍ର ପୂରଣ ନକଲେ କାର୍ଯ୍ୟ ବର୍ଜନ ଏବଂ ଗଣ...

ମିସ୍ତ୍ରୀ କାମ ଥିଲା ବାହାନା, ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ୨ ଯୁବକ ଗିରଫ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)-ପଶ୍ଚିମବଙ୍ଗରୁ ଅନେକ ଯୁବକ ଆସି ଗଞ୍ଜାମ ଓ କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ ମିସ୍ତ୍ରୀ କାମ କରନ୍ତି। କିନ୍ତୁ ସେମାନଙ୍କମଧ୍ୟରୁ କିଏ ଜୀବନଜୀବିକା ପାଇଁ...

ରାସ୍ତାରେ ଚାଲି ଚାଲି ଯାଉଥିଲେ, ଧକ୍କା ଦେଲା ପର୍ଯ୍ୟଟକ ବସ୍‌

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରରୁପର୍ଯ୍ୟଟକଙ୍କୁ ନେଇ ରବିବାର ଉତ୍ତର ଭାରତ ଅଭିମୁଖେ ଯାଉଥିବା ଏକ ବସ୍‌ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image