ବିଦ୍ୟାଳୟରେ ଲଜ୍ଜା: ପିଲାଙ୍କ ସାମ୍ନାରେ ମଦ ପିଇ ଗଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ଗରଗଡ଼ ବାହାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଆଜ ସକାଳ ପ୍ରାୟ ୯.୩୦ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିଶାଶକ୍ତ ହୋଇ ସ୍କୁଲ ଆସିଥିଲେ। ନିଶାରେ ଟଳମଳ ହୋଇ ବହୁ କଷ୍ଟରେ ଗେଟ୍‌ ଖୋଲି ଭିତରକୁ ପଶିଥିଲେ। କିନ୍ତୁ ସ୍କୁଲ ବାରଣ୍ଡା ରେ ପହଞ୍ଚିିବା ପୂର୍ବରୁ ତଳେ ପଡ଼ିଯାଇଥିଲେ। ପ୍ରଧାନଶିକ୍ଷକ ବସନ୍ତ କୁମାର ମୁଣ୍ଡାଙ୍କ ଏଭଳି ଅବସ୍ଥାକୁ କୁନି କୁନି ପିଲାମାନେ ଦେଖୁଥିଲେ। ସାର୍‌ଙ୍କ ଏଭଳି ଅବସ୍ଥା ଦେଖି ପିଲାମାନେ କିଛି ବୁଝି ପାରୁ ନ ଥିଲେ। ପରେ ଗ୍ରାମରେ ଜଣାଇଥିଲେ। ବିଦ୍ୟାଳୟ ପରିସରରେ ଏକ ଗଛ ମୂଳରେ ଗଡୁଥିବା ଦେଖି ଗ୍ରାମବାସୀ ପହଞ୍ଚି ପାଣି ସିଞ୍ଚି ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ଦୀର୍ଘ ଘଣ୍ଟା ଧରି ଉଠିପାରି ନ ଥିଲେ। ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କ ଏଭଳି ଅବସ୍ଥା ଦେଖି ଗାଳିଗୁଲଜ କରିଥିଲେ। କେତେକ ଭିଡିଓ ରେକର୍ଡ କରି ଭାଇରାଲ କରିଥିଲେ। ଘଟଣାର ଭିଡିଓ ଚାରିଆଡ଼େ ଭାଇରାଲ ହେବା ପରେ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ପାଖାପାଖି ଶହେ ପିଲା ପଢୁଛନ୍ତି। ଏହି ସ୍କୁଲରେ ପ୍ରଧାନଶିକ୍ଷକଙ୍କୁ ମିଶାଇ ଦୁଇ ଜଣ ଶିକ୍ଷକ ଥିବା ବେଳେ ଏଭଳି ମଦ୍ୟପାନ କରି ଶିକ୍ଷକ ବିଦ୍ୟାଳୟକୁ ଆସିବା ଫଳରେ ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପଡୁଛି। ଏଣୁ ଏହାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ ନାୟକ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ଅଛନ୍ତି। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ କରିବାକୁ ସ୍ଥାନୀୟ ସିଆରସିସିଙ୍କୁ ପଠାଇଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବିଦ୍ୟାଳୟରେ ପାଠ ପଢ଼ା ହୋଇଥିଲା ଏବଂ ପିଲାମାନଙ୍କୁ ମିଡ୍‌ ଡେ’ ମିଲ୍‌ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓଡ଼ିଆ ପକ୍ଷ ପାଳନ, ୫୦ ଛାତ୍ରୀଛାତ୍ର ପୁରସ୍କୃତ

ଭୁବନ,୯।୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବିଜ୍ଞାପିତ ପରିଷଦ ପକ୍ଷରୁ ପାଳନ ହେଉଛି ଓଡ଼ିଆ ପକ୍ଷ। ଏହି ଦିବସରେ ଏନଏସି ମଧ୍ୟରେ ବିଭିନ୍ନ ଉନ୍ନୟନ...

ବିଜେଡିକୁ ନେଇ AI କଲା ବଡ଼ ଭବିଷ୍ୟବାଣୀ, ଯଦି ସତ ହୁଏ…

ଭୁବନେଶ୍ୱର,୯।୪: ବିଜେଡିର ଭବିଷ୍ୟତ ଏବେ କ’ଣ ହେବ ତା’ ନେଇ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ୨୪ ବର୍ଷର ଦୀର୍ଘ ଶାସନ ପରେ ୨୦୨୪...

ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର

ଭୁବନ,୯।୪,( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ବୁଧବାର ସକାଳ ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ...

ଅଧିକରୁ ଅଧିକ ବହି କିଣି ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ବୁଧବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି। ଏହି...

ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଛତ୍ରପୁର,୯।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖ ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି l ଏଥିରେ...

ସିକ୍ରେଟ ମିଟିଂ ପରେ ବିଜେଡି ନେତାଙ୍କ ସାଂଘାତିକ ବୟାନ, ରାଜନୀତିରେ ଚହଳ

ଭୁବନେଶ୍ୱର,୯।୪: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ...

ଭାରତ-ଫ୍ରାନ୍ସର ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍‌, ନୌସେନାକୁ ମିଳିବ ୨୬ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୯ା୪: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ କ୍ୟାବିନେଟ୍‌ କମିଟି (CCS) ମେଗା ଡିଲ୍‌କୁ ମଞ୍ଜୁରୀ...

ଗୋଟିଏ ସର୍ତ୍ତରେ କ୍ରିକେଟର୍‌ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍‌ କଲେ ପୁଅ

ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image