Categories: ଜାତୀୟ

ଲଜ୍ଜା: ପଶ୍ଚିମବଙ୍ଗରେ ବିଚ ରାସ୍ତାରେ ମହିଳାଙ୍କୁ ମାଡ, ଅମିତ ମାଲବିୟ କହିଲେ ଟିଏମସି ଶାସନରେ…

କୋଲକାତାଳ,୩୦।୬: ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସମ୍ପର୍କରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମୟରେ, ଭାଜପା ଆଇଟି ସେଲର ମୁଖ୍ୟ ଅମିତ ମାଲବିୟ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ଜଣେ ପୁରୁଷ ଜଣେ ମହିଳାଙ୍କୁ ବିଚ ରାସ୍ତାରେ ଅତି ନିର୍ମମ ଭାବେ ପିଟିଥିବାର ନଜର ଆସିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ଭିଡିଓ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଲକ୍ଷ୍ମୀକାନ୍ତପୁରର ଅଟେ।

ଭାଜପା ଆଇଟି ସେଲର ମୁଖ୍ୟ ଅଭିଯୋଗ କରିଛନ୍ତି, ଭିଡିଓରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବା ବ୍ୟକ୍ତିଙ୍କ ନାମ ତଜେମୁଲ, ଯିଏ ସେହି ଅଞ୍ଚଳରେ ଜେସିବି ଭାବରେ ବିଖ୍ୟାତ। ସେ ତାଙ୍କ ନ୍ୟାୟ ସଭା ମାଧ୍ୟମରେ ତୁରନ୍ତ ନ୍ୟାୟ ଦେବାକୁ ନେଇ ପ୍ରସିଦ୍ଧ। ସେ ଅଭିଯୋଗ କରିଛନ୍ତି ଯେ ତଜମେଲ ଟିଏମସି ବିଧାୟକ ହମିଦୁଲ ରେହମାନଙ୍କ ନିକଟତର।
ଅମିତ ମାଲବିୟ ଅଭିଯୋଗ କରିଛନ୍ତି, ଟିଏମସି ଶାସିତ ପଶ୍ଚିମବଙ୍ଗର ଶାରିଆ କୋର୍ଟର ବାସ୍ତବତା ବିଷୟରେ ଭାରତ ସଚେତନ ହେବା ଉଚିତ୍‌। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହିଳାଙ୍କ ପାଇଁ ଅଭିଶାପ। ବଙ୍ଗଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ନାହିଁ। ମମତା ବାନାର୍ଜୀ ଏହି ରାକ୍ଷସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଶେଖ ଶାହାଜାହାନଙ୍କ ପାଇଁ ଛିଡା ହୋଇଥିବା ପରି ସେ ତାଙ୍କୁ ରକ୍ଷା କରିବେ କି।

Share