ଦେବଗଡ଼,୧୩।୧୨: ଦେବଗଡ଼ ଜିଲାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଗଣବଳାତ୍କାର ଅଭିଯୋଗରେ ଦେବଗଡ଼ ଟାଉନ ଥାନା ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅଭିଯୋଗ ମୁତାବକ, ମହିଳା ଜଣକ ସାପ୍ତାହିକ ହାଟରୁ ଫେରୁଥିଲେ। ହେଲେ ବାଟରେ ଅଭିଯୁକ୍ତମାନେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ପଳମ ନିକଟ ଜଙ୍ଗଲକୁ ନେଇଯାଇଥିଲେ। ପରେ ଜଣକ ପରେ ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ।
ମହିଳା ଜଣକ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିବା ସହ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଭତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀମାଇନା କରି କୋର୍ଟ ଚଲାଣ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।