Categories: ଖେଳ

ନିଜ ମାଟିରେ ପାକିସ୍ତାନର ଲଜ୍ଜାଜନକ ପରାଜୟ

କରାଚି,୨୦।୧୨: ଇଂଲଣ୍ଡ କରାଚି ଟେଷ୍ଟକୁ ୮ ଉଇକେଟରେ ଜିତିଛି। ଏହା ସହ ଇଂଲଣ୍ଡ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପାକିସ୍ତାନକୁ ୩-୦ରେ କ୍ଲିନ୍‌ସୁଇପ୍‌ କରିଛି। କରାଚି ପୂର୍ବରୁ ଇଂଲଣ୍ଡ ମଧ୍ୟ ରାୱଲପିଣ୍ଡି ଏବଂ ମୁଲତାନ ଟେଷ୍ଟରେ ପାକିସ୍ତାନକୁ ପରାସ୍ତ କରିଥିଲା। ପାକିସ୍ତାନ ଦଳ ନିଜ ଘରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜରେ କ୍ଲିନ୍‌ସୁଇପ୍‌ କରିଛି।
ପାକିସ୍ତାନ ଟସ ଜିତି ପ୍ରଥମେ କରାଚିରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ବାବର ଆଜମ (୭୮) ଏବଂ ଆଗା ସଲମାନ (୫୬)ଙ୍କ ଅର୍ଦ୍ଧଶତକ ଯୋଗୁ ପାକିସ୍ତାନ ଦଳ ପ୍ରଥମ ଇନିଂସରେ ୩୦୪ ରନ ସଂଗ୍ରହ କରିଥିଲା। ଇଂଲଣ୍ଡ ପାଇଁ ଜ୍ୟାକ ଲିଚ ୪ଟି ଉଇକେଟ ନେଇଥିଲେ। ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୪ ରନ ସଂଗ୍ରହ ମାତ୍ର ୫୦ ରନ୍‌ା ଅଗ୍ରଣୀ ନେବାକୁ ସକ୍ଷମ ହୋଇଥିଲା।
ଇଂଲଣ୍ଡ ପକ୍ଷରୁ ହାରି ବ୍ରୁକ (୧୧୧) ଏବଂ ବେନ ଫକ୍ସ (୬୪) ଅର୍ଦ୍ଧଶତକ ହାସଲ କରିଥିଲେ। ଏଠାରେ ପାକ ବୋଲର ଅବରାମ ଅହମ୍ମଦ ଏବଂ ନୌମାନ ଅଲି ୪-୪ ଉଇକେଟ ନେଇଥିଲେ।
ପାକିସ୍ତାନର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସମ୍ପୂର୍ଣ୍ଣ ଫ୍ଲପ ଥିଲା। ବାବର ଆଜମ (୫୪) ଏବଂ ସାଉଦ ଶକିଲ (୫୩)ଙ୍କ ବ୍ୟତୀତ ଅନ୍ୟ କୌଣସି ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଇଂଲଣ୍ଡ ବୋଲରଙ୍କୁ ମୁକାବିଲା କରିପାରି ନ ଥିଲେ। ଫଳରେ ପାକିସ୍ତାନ ଦଳ ୨୧୬ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡର ରେହାନ ଅହମ୍ମଦ ୫ ଉଇକେଟ ନେଇଥିଲେ ଏବଂ ଜ୍ୟାକ ଲିଚ ୩ଟି ଉଇକେଟ ନେଇଥିଲେ। ଏଠାରେ ଇଂଲଣ୍ଡକୁ ଜିତିବା ପାଇଁ ମାତ୍ର ୧୬୭ ରନ ମିଳିଥିଲା। ଦଳ ମାତ୍ର ୨ ଉଇକେଟ ହରାଇ ସହଜରେ ଲକ୍ଷ୍ୟ ହାସଲ କରିଥିଲା।

Share