ଇସ୍ଲାମାବାଦ୍,୧୫।୧: ପରମାଣୁ ଶକ୍ତିସମ୍ପନ୍ନ ଦେଶ ଦୁର୍ବଳ ଅର୍ଥନୀତି ପାଇଁ ଅନ୍ୟ ଦେଶକୁ ଭିକ ମାଗିବା ଲଜ୍ଜାଜନକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଅର୍ଥନୈତିକ ଆହ୍ବାନର ସମାଧାନ ପାଇଁ ବିଦେଶୀ ଋଣ ଖୋଜିବା ଠିକ ଉପାୟ ନୁହେଁ,କାରଣ ଏହି ଋଣ ଫେରସ୍ତ କରିବାକୁ ପଡିବ। ଅଧିକ ଋଣ ମାଗିବା ଲଜ୍ଜାଜନକ।
ନିକଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ ସମୟରେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ପାକିସ୍ତାନକୁ ଏକ ବିଲିୟନ ଆମେରିକୀୟ ଡଲାରର କ୍ରେଡିଟ ଘୋଷଣା କରିଛନ୍ତି। ଆର୍ଥିକ ସହାୟତା ପାଇଁ ଶେହବାଜ ସାଉଦି ଆରବକୁ ମଧ୍ୟ ପ୍ରଶଂସା କରିଛନ୍ତି।