Categories: ଜାତୀୟ

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା: ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇଲେ

କୋଲକତା,୨୧।୭: ମଣିପୁରର ଏହି ଲଜ୍ଜାଜନକ ଘଟଣା ନେଇ ବିବାଦ ଥମି ନ ଥିବା ବେଳେ ପଶ୍ଚିମବଙ୍ଗରେ ସମାନ ଘଟଣା ସାମ୍ନାକୁ ଆସିଛି।

ପଶ୍ଚିମବଙ୍ଗର ହାୱଡାର ପାଞ୍ଚଲାରେ ଜଣେ ମହିଳାଙ୍କୁ ଉଲଗ୍ନ କରି ପରେଡ କରାଯାଇଛି। ପୀଡିତା ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଏକ ଗ୍ରାମ ପଞ୍ଚାୟତର ଜଣେ ମହିଳା ପ୍ରାର୍ଥୀ। ମହିଳା ଜଣକ କ୍ଷମତାସୀନ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଭିଯୋଗ ଆଣିଛନ୍ତି। କର୍ମକର୍ତ୍ତାମାନେ ତାଙ୍କୁ ଶାରୀରିକ ନିର୍ଯାତନା ଦେବା ସହ ଦୁର୍ବବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଘଟଣାଟି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହିଂସା ଅର୍ଥାତ୍‌ ଜୁଲାଇ ୮ର କୁହାଯାଉଛି। ମହିଳା ପ୍ରାର୍ଥୀ ଅଭିଯୋଗ କରିଛନ୍ତି ଯେ, ତୃଣମୂଳ କର୍ମକର୍ତ୍ତାମାନେ ତାଙ୍କୁ ଉଲଗ୍ନ କରି ପୁରା ଗାଁରେ ପରେଡ କରେଇଥିଲେ। ପୀଡିତାଙ୍କ ଅଭିଯୋଗରେ ପାଞ୍ଚଲା ପୋଲିସ ଏକ ମାମଲା ରୁଜୁ କରିଛିି।

ମହିଳା ଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ତାଙ୍କୁ ପ୍ରାୟ ୪୦-୫୦ ତୃଣମୂଳ ଉପଦ୍ରବକାରୀମାନେ ମାରପିଟ୍‌ କରିଛନ୍ତି। ପୀଡିତା ଏଫ୍‌ଆଇଆର୍‌ କପିରେ ତୃଣମୂଳ ପ୍ରାର୍ଥୀ ହେମନ୍ତ ରାୟ, ନୁର ଆଲାମ, ଅଲଫି ଏସ.କେ, ରଣବୀର ପଞ୍ଜା ସଞ୍ଜୁ, ସୁକମଲ ପଞ୍ଜାଙ୍କ ସମେତ ଅନେକ ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ମୋର ପିନ୍ଧା ପୋଷାକ ଚିରିଦେବାକୁୁ ଚେଷ୍ଟା କରିଥିଲେ ଏବଂ ମୋତେ ଉଲଗ୍ନ କରିବାକୁ ବାଧ୍ୟ କରିଥିଲେ। ସମସ୍ତଙ୍କ ସାମ୍ନାରେ ମୋତେ ଅସଦାଚରଣ କରିଥିଲେ। ଅନୁପଯୁକ୍ତ ଭାବରେ ମୋତେ ଛୁଇଁବାକୁ ଚେଷ୍ଟା କରିଥିଲେ।

Share