Categories: ଖେଳ

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ ରନ ଦେଇଥିବା ବୋଲର ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ ବ୍ୟାଟ୍ସମ୍ୟାନ ମୋହିତ ଶର୍ମାଙ୍କ ୪ ଓଭରରେ ୭୩ ରନ ସଂଗ୍ରହ କରିଥିଲେ। ଏହାପୂର୍ବରୁ ଏହି ରେକର୍ଡ ବସିଲ ଥାମ୍ପି ନାମରେ ରେକର୍ଡ କରାଯାଇଥିଲା। ଆଇପିଏଲ ୨୦୧୮ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବସିଲ ଥାମ୍ପି ୭୦ ରନ ସ୍ବୀକାର କରିଥିଲେ। କିନ୍ତୁ ବର୍ତ୍ତମାନ ମୋହିତ ଶର୍ମା ବେସିଲ ଥାମ୍ପିଙ୍କୁ ପଛରେ ପକାଇଛନ୍ତି।
ଏହି ତାଲିକାରେ ମୋହିତ ଶର୍ମା ଏବଂ ବସିଲ ଥାମ୍ପିଙ୍କ ପରେ ୟଶ ଦିନଲ ତୃତୀୟ ସ୍ଥାନରେ ଅଛନ୍ତି। ଆଇପିଏଲ ୨୦୨୩ରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ୟଶ ଦିନଲଙ୍କ ବଲରେ ୬୯ ରନ ସଂଗ୍ରହ କରିଥିଲେ। ସେହି ମ୍ୟାଚର ଶେଷ ଓଭରରେ ରିଙ୍କୁ ସିଂ କ୍ରମାଗତ ୫ଟି ଛକା ସହିତ ୩୧ ରନ ସଂଗ୍ରହ କରିଥିଲେ। ଏହା ପରେ ରିସ ଟୋପଲି ଚତୁର୍ଥ ସ୍ଥାନରେ ଅଛନ୍ତି। ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରିସ ଟୋପଲି ୬୮ ରନ ଦେଇଥିଲେ।

Share