Posted inଜାତୀୟ

ୟୁପି ମେଡିକାଲରେ ଲଜ୍ଜା

ଗାଜିଆବାଦ, ୭ା୫ : ଉତ୍ତର ପ୍ରଦେଶ(ୟୁପି)ର ଗାଜିଆବାଦ ମେଡିକାଲରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ମେଡିକାଲରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଉପରେ ହସ୍ତମୈଥୁନ କରୁଥିବା ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କାଇଲା ଭଟ୍ଟ ଅଞ୍ଚଳର ଅର୍ଶଦ (୩୫)।

ରିପୋର୍ଟ ମୁତାବକ, ୪୦ ବର୍ଷୀୟା ମହିଳା ଏମ୍‌ଏମ୍‌ଜି ଜିଲା ହସ୍ପିଟାଲ ଯାଇଥିଲେ। ସେ ମେଡିସିନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ତାଙ୍କ ପଛରେ ଛିଡ଼ା ହୋଇ ହସ୍ତମୈଥୁନ ଆରମ୍ଭ କରୁଥିଲେ ଅର୍ଶଦ। କିଛି ଲୋକଙ୍କ ନଜରକୁ ଆସିଥିଲା ଏହି ଲଜ୍ଜାଜନକ ଘଟଣା। ଏହା ପରେ ଉପସ୍ଥିତ ଲୋକେ ଅର୍ଶଦଙ୍କୁ ଧରି ଘଣ୍ଟାଘର କୋଟଓ୍ବାଲି ଥାନାକୁ ନେଇ ଯାଇଥିଲେ। ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଆଇପିସି ୩୫୪ ଧାରାରେ ଯୌନ ନିର୍ଯ୍ୟତନା ମାମଲା ଦାୟାର କରାଯାଇଛି।

ଘଟଣା ସମ୍ପର୍କରେ ମେଡିକାଲର ସୁପ୍ରିଟେଣ୍ଡେଣ୍ଟ ଡ. ଅନୁରାଗ ଭାର୍ଗାଓ୍ବା କହିଛନ୍ତି, ମେଡିକାଲର ବିଭିନ୍ନ ସ୍ଥାନରେ ଆମର ୩ ଗାର୍ଡ ମୁତୟନ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଲୋକଙ୍କ ଧାଡ଼ିରେ ନଜର ରଖିବା ପାଇଁ ମୁତୟନ କରିବୁ। ତେବେ ହସ୍ପିଟାଲରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଧାଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ...

ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି...

ଦାଉଦ ଇବ୍ରାହିମଙ୍କ ଭାଇଙ୍କ ଫ୍ଲାଟକୁ କବ୍ଜା କଲା ଇଡି

ଥାନେ,୨୪/୧୨:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଥାନେରେ ଥିବା...

ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ,୨୪ା୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ଙ୍କୁ ଭାରତର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ୯ମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପୂର୍ବରୁ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri