Categories: ଖେଳ

କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର: ଅଷ୍ଟ୍ରେଲିଆ ଗସ୍ତରେ ଗଲେ ଶାମି

ନୂଆଦିଲ୍ଲୀ,୧୩।୧୦: କ୍ରିକେଟ ପ୍ରଶଂସକଙ୍କ ଲାଗି ଖୁସି ଖବର। ଅନୁଭବୀ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସେ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ସହ ଯୋଡ଼ି ହେବେ। ଟି୨୦ ବିଶ୍ୱକପ୍‌ ୨୦୨୨ରେ ଆହତ ଜସପ୍ରିତ ବୁମ୍‌ରାଙ୍କ ସ୍ଥାନ ନେବେ।

କହିରଖୁଛି ଯେ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୩ରେ ଖେଳିବ। ଏହି ମୁକାବିଲା ଦୀପାବଳିର ଠିକ୍‌ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ବିପକ୍ଷରେ ହେବ। ମେଲବୋର୍ନରେ ଏହା ଖେଳାଯିବ। ଏହାପୂର୍ବରୁ ଭାରତୀୟ ଟିମ୍‌ ଦୁଇ ଅଫିସିଆଲ୍‌ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବାର ଅଛି।

Share