Categories: ଖେଳ

କୋଭିଡ୍‌ ମୁକ୍ତ ହେଲେ ଶାମି

ନୂଆଦିଲ୍ଳୀ,୨୮ା୯: ଭାରତୀୟ କ୍ରିକେଟ ଦଳର ବରିଷ୍ଠ ପେସ୍‌ ବୋଲର ମହମ୍ମଦ ଶାମି କୋଭିଡ୍‌ ମୁକ୍ତ ହୋଇଛନ୍ତି। ୧୦ ଦିନ ଧରି କରୋନାରେ ଆକ୍ରାନ୍ତ ରହିବା ପରେ ଶାମିଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ବିସିସିଆଇ ପକ୍ଷରୁ ଉମେଶ ଯାଦବଙ୍କୁ ଶାମିଙ୍କ ବଦଳ ଖେଳାଳି ଭାବରେ ଘୋଷଣା କରାଯିବା ପରେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଶେୟାର କରିଥିଲେ। ତେବେ ଜୁଲାଇରେ ଇଂଲଣ୍ଡ ସିରିଜ୍‌ ପରଠାରୁ ଶାମି କ୍ରିକେଟ ଖେଳି ନ ଥିବା ବେଳେ ଟି୨୦ ବିଶ୍ୱ କପ୍‌ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବରେ ରଖାଯାଇଛି।

Share