Posted inଖେଳ

‘ଶାମି ଅନନ୍ୟ, ଭାରତ ବିଶ୍ୱର ଶ୍ରେଷ୍ଠ’

ମୁମ୍ବାଇ,୧୬ା୧୧(ପି.ଟି.) ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତଠାରୁ ପରାଜିତ ହୋଇ ନ୍ୟୁଜିଲାଣ୍ଡ ବିଦାୟ ନେଇଛି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ କିନ୍ତୁ ଭାରତର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶାମିଙ୍କୁ ବିଶ୍ୱର ଅନନ୍ୟ ଓ ଶ୍ରେଷ୍ଠ ବୋଲର ଭାବରେ ଅଭିହିତ କରିବା ସହ ରୋହିତ ଶର୍ମାଙ୍କ ଦଳକୁ ବିଶ୍ୱର ଶ୍ରେଷ୍ଠ ବୋଲି କହିଛନ୍ତି। ବୁଧବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୭୦ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ୩୯୮ ରନ୍‌ର ଟାର୍ଗେଟ ଅସମ୍ଭବ ମନେହେଉଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଚମତ୍କାର ବ୍ୟାଟିଂ କରିଥିଲା।

ତେବେ ଶାମିଙ୍କ ଯାଦୁକରୀ ବୋଲିଂ ନ୍ୟୁଜିଲାଣ୍ଡ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। କ୍ୟାରିୟର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ସହ ସେ ୭/୫୭ର ବୋଲିଂ ଫିଗର ହାସଲ କରିଥିଲେ। ଏହି ପ୍ରଦର୍ଶନ ସହିତ ଶାମି ଏକାକୀ ଭାରତ ପକ୍ଷକୁ ମ୍ୟାଚ୍‌ ଟାଣି ଆଣିଥିଲେ। ଏହା ସହିତ ଶାମି ୨୩ ଉଇକେଟ ନେଇ ଚଳିତ ବିଶ୍ୱକପ୍‌ର ସର୍ବାଧିକ ଉଇକେଟ ହାସଲକାରୀ ପାଲଟି ଯାଇଛନ୍ତି। ମ୍ୟାଚ୍‌ ପରେ ଓ୍ବିଲିୟମସନ୍‌ ତାଙ୍କ ବୋଲିଂ ଶୈଳୀକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ବିନା ଦ୍ୱିଧାରେ ଏହା ସ୍ବୀକାର କରିବାକୁ ପଡିବ ଯେ ଶାମି ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବୋଲର। ଯେଉଁଭଳି ଭାବରେ ସେ ବଲ୍‌କୁ ସୁଇଂ କରୁଛନ୍ତି ତାହା ମଧ୍ୟ ବିରଳ ବୋଲି କହିଛନ୍ତି ଓ୍ବିଲିୟମସନ୍‌। ସମାନ ଲେନ୍ଥରୁ ବଲ୍‌କୁ ଆଉଟ ସୁଇଂ ଓ ଇନ୍‌ ସୁଇଂ କରିବାର ଦକ୍ଷତା ଶାମିଙ୍କୁ ଅଧିକ ଘାତକ ସାବ୍ୟସ୍ତ କରୁଛି ବୋଲି ମଧ୍ୟ ସେ କହିଛନ୍ତି।

ଚଳିତ ବିଶ୍ୱକପ୍‌ରେ ଶାମି ଭାରତର ପ୍ରଥମ ପସନ୍ଦର ବୋଲର ନ ଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା କାରଣରୁ ଉଭୟ ଶାମି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିଥିଲା। ଅନ୍ୟ ଖେଳାଳିଙ୍କ ତୁଳନାରେ ଅଧା ମ୍ୟାଚ ଖେଳିଥିଲେ ମଧ୍ୟ ଶାମି ଯେଉଁ ସଂଖ୍ୟାରେ ଉଇକେଟ ନେଇଛନ୍ତି ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ ବୋଲି କହିଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ। ଚଳିତ ବିଶ୍ୱକପ୍‌ରେ ଶାମି ନ୍ୟୁଜିଲାଣ୍ଡ ବିପକ୍ଷରେ ୨ ମ୍ୟାଚ ଖେଳି ୧୨ ଉଇକେଟ ନେଇଛନ୍ତି। ଧର୍ମଶାଳାରେ ୫ ଉଇକେଟ ନେଇଥିବା ବେଳେ ମୁମ୍ବାଇରେ ଖେଳା ଯାଇଥିବା ସେମିରେ ୭ ଉଇକେଟ ଅକ୍ତିଆର କରିଥିଲେ।

ଏହା ବ୍ୟତୀତ ଭାରତୀୟ ଦଳକୁ ବର୍ତ୍ତମାନ ସମୟର ଶ୍ରେଷ୍ଠ ଦଳ ଭାବରେ ବର୍ଣ୍ଣନା କରିଛନ୍ତି କେନ୍‌ ଓ୍ବିଲିୟମସନ୍‌। ଭାରତ କେବଳ ଶ୍ରେଷ୍ଠ ଦଳ ନୁହେଁ, ଏହା ବର୍ତ୍ତମାନ ଶ୍ରେଷ୍ଠ କ୍ରିକେଟ ଖେଳୁଛି। ଭାରତୀୟ ଦଳ ସମସ୍ତ ବିଭାଗରେ ଉତ୍କୃଷ୍ଟ ପ୍ରଦର୍ଶନ କରି ସମସ୍ତ ମ୍ୟାଚ୍‌ରେ ବିଜୟୀ ହେଉଛି ବୋଲି ସେ କହିଛନ୍ତି। ଭାରତ ଭଳି ଟିମ୍‌ ସହ ମୁକାବିଲା କରିବା କଷ୍ଟସାଧ୍ୟ ବୋଲି ସ୍ବୀକାର କରିଛନ୍ତି ଓ୍ବିଲିୟମସନ୍‌। ଭାରତୀୟ ଏକାଦଶରେ ଥିବା ପ୍ରତ୍ୟେକ ଖେଳାଳି ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ କ୍ରିକେଟ ଖେଳୁଛନ୍ତି ା ତେଣୁ ଏଭଳି ଦଳକୁ ହରାଇବା କଷ୍ଟକର। କୌଣସି ଦଳ ରାଉଣ୍ଡ ରବିନରୁ ଆସିବା ପରେ ନକ୍‌ଆଉଟରେ ପୁନର୍ବାର ନୂଆ ଆରମ୍ଭ କରିଥାନ୍ତି।

ତେବେ ଭାରତୀୟ ଦଳ ଯେଉଁଠି ରାଉଣ୍ଡ ରବିନ୍‌ ଲିଗ୍‌ ଶେଷ କରିଥିଲେ ଠିକ୍‌ ସେହି ଜାଗାରୁ ଆରମ୍ଭ କରିଛି। ୫୦ତମ ଶତକ ସହିତ ଇତିହାସ ରଚିଥିବା ବିରାଟ କୋହଲିଙ୍କୁ ନିଜ ସମୟର ଶ୍ରେଷ୍ଠ କ୍ରିକେଟର ଭାବେ ବର୍ଣ୍ଣନା କରିଛନ୍ତି ଓ୍ବିଲିୟମସନ୍‌। ବିରାଟ ବର୍ତ୍ତମାନ ସମୟ ସହିତ ଆହୁରି ଶାଣିତ ହେବାରେ ଲାଗିଛନ୍ତି, ଯାହା ବିଶ୍ୱର ସମସ୍ତ କ୍ରିକେଟ ଦଳ ପାଇଁ ଏକ ସତର୍କ ସୂଚନା। ପିଚ୍‌କୁ ନେଇ ଦେଖାଦେଇଥିବା ବିବାଦକୁ ଓ୍ବିଲିୟମସନ୍‌ ଏଡାଇ ଯାଇଛନ୍ତି। ଶେଷ ମୁହୂର୍ତ୍ତରେ ଏକ ପୂର୍ବରୁ ବ୍ୟବହୃତ ପିଚ୍‌ ବ୍ୟବହାର ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ତେବେ ଓ୍ବିଲିୟମସନ୍‌ କହିଛନ୍ତି, ଉଭୟ ଦଳ ବ୍ୟାଟ ଜରିଆରେ ପ୍ରଚୁର ରନ୍‌ ସଂଗ୍ରହ କରିଛନ୍ତି। ଫ୍ଲଡ୍‌ ଲାଇଟରେ ବ୍ୟାଟିଂ କରିବା ସାମାନ୍ୟ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଏହା ଏକ କ୍ରିକେଟିଂ ପିଚ୍‌ ଥିଲା ବୋଲି ସେ କହିଛନ୍ତି । ଏହା ସହିତ ଡାରିଲ ମିଚେଲ୍‌ଙ୍କ ଇନିଂସକୁ ସେ ବେଶ୍‌ ପ୍ରଶଂସା କରିଛନ୍ତି। ଚଳିତ ଟୁର୍ନାମେଣ୍ଟରେ ମିଚେଲ ନିୟମିତ ଭାବେ ଏଭଳି ପ୍ରଦର୍ଶନ ଦେବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri