ନୂଆଦିଲ୍ଲୀ,୧୬।୨: ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ସହ ଯୋଡ଼ି ହେବେ ଦ୍ରୁତ ବୋଲର୍ ମହମ୍ମଦ ଶାମୀ ଏବଂ ନବଦୀପ ସାଇନି। ଉଭୟ ଆହତ ସମସ୍ୟା ଦେଇ ଗତି କରୁଥିଲେ। ହେଲେ ଏବେ ସେମାନେ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ଫେବୃୟାରୀ ୨୦ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଉଭୟଙ୍କୁ ସାମିଲ ହେବାକୁ ରୋକା ଯାଇଛି। ଏଣୁ ସେମାନେ ଅହମ୍ମଦାବାଦ ଟେଷ୍ଟରେ ଦଳ ସହ ଯୋଡ଼ି ହୋଇପାରନ୍ତି ବୋଲି କୁହାଯାଉଛି।
ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଶାମି ଆହତ ହୋଇଥିଲେ। ଏହାପରେ ସେ ବାଙ୍ଗାଲୋର ଏନ୍ସିଏରେ ଥିଲେ। ଏବେ ସେ ସୁସ୍ଥ ହୋଇଗଲେଣି। ଖୁବ୍ଶୀଘ୍ର ଫିଟ୍ନେସ୍ ଟେଷ୍ଟ ପାସ୍ କରିବା ପରେ ସେ ଦଳ ପାଇଁ ଖେଳିବେ।