Posted inଖେଳ

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେତେବେଳେ ଆମେ ସନ୍ୟାସ ନେବୁ ସେତେବେଳେ ଯୁବ ଖେଳାଳିମାନେ ଆମ ସ୍ଥାନ ନେବାକୁ ପ୍ରସ୍ତୁତ ଥିବେ। ସେମାନେ ଯେତେ ଅଧିକ ଖେଳିବେ, ସେତେ ଭଲ କରିବେ ବୋଲି ଶାମି କହିଛନ୍ତି।

ପ୍ରକାଶ ଯେ, ଶାମିଙ୍କ ସହ ଈଶାନ୍ତ ଶର୍ମା, ଜସପ୍ରିତ ବୁମ୍‌ରା ଏବଂ ଉମେଶ ଯାଦବଙ୍କ ଭଳି ଦ୍ରୁତ ବୋଲର୍‌ ଭାରତକୁ ମଜଭୂତ କରାଇଥାନ୍ତି। ହେଲେ ଅଷ୍ଟ୍ରେଲିଆ ଗସ୍ତ ବେଳେ ଆହତ ସମସ୍ୟା ଯୋଗୁ ଏମାନେ ଉପଲବ୍ଧ ନ ଥିଲେ। ପରେ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କ ଭଳି ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଥିଲା। ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ ଏବଂ ଓ୍ବାଶିଂଟନ ସୁନ୍ଦର ପ୍ରମୁଖ ସୁଯୋଗର ଭରପୁର ଫାଇଦା ଉଠାଇଥିଲେ। ଏବେ ସେମାନେ ଦଳର ଅଭିଜ୍ଞ ଖେଳାଳିଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ ହୋଇସାରିଛନ୍ତି। ବଡ଼ ଖେଳାଳି ସନ୍ୟାସ ନେଲେ କୌଣସି ଅସୁବିଧା ହେବ ନାହିଁ। ଯୁବ ଖେଳାଳିମାନଙ୍କ ପାଇଁ ଅନୁଭବ ଆବଶ୍ୟକ। ଏହି ସମୟରେ ସେମାନେ ତାହା ହାସଲ କରିନେବେ ବୋଲି ଶାମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ଵିତୀୟ ଥର ପାଇଁ ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୬/୧୧: ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର...

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି।...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ବୁମ୍‌ରାଙ୍କ ସହ ୮୦୦୦ ଟଙ୍କାର ବାଜି ଲଗାଇଲେ ପନ୍ତ, ପରେ ଯାହା ଘଟିଲା…

ନୂଆଦିଲ୍ଲୀ,୧୫।୧୧: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ମୁକାବିଲା ଲାଗି ଟିମ୍‌ ଇଣ୍ଡିଆ ଖୁବ୍‌ ଝାଳ ବୁହାଉଛି। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ପର୍ଥ ଟେଷ୍ଟ ପୂର୍ବରୁ...

IPL ପୂର୍ବରୁ ଏହି ଟିମ୍‌ର ଅଧିନାୟକ ହେଲେ ପନ୍ତ! ୬ ଖେଳାଳିଙ୍କ ଉପରେ ୭୦ କୋଟି ଦାମ୍‌ ଲଗାଇଲା ପଞ୍ଜାବ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନର ଆୟୋଜନ ସାଉଦି ଆରବରେ କରାଯିବ। ନଭେମ୍ବର ୨୪ ଏବଂ ୨୫ ତାରିଖ ଏଥିଲାଗି ଚୟନ କରାଯାଇଛି। ଏଥର...

ଘୋଷଣା ହେଲା ଆଇପିଏଲ ୨୦୨୫ରେ ନିଲାମୀ ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୫ା୧୧: ବହୁ ପ୍ରତୀକ୍ଷିତ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳିଙ୍କ ନିଲାମ ତାଲିକା ପ୍ରକାଶ ପାଇଛି। ଆଗାମୀ ସିଜିନ୍ ପାଇଁ ସମୁଦାୟ ୫୭୪ ଖେଳାଳିଙ୍କ...

ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ବୁମ୍‌ରାଙ୍କୁ ଏମିତି ବାଉନ୍ସର ମାରିଲେ ରିଷଭ ପନ୍ତ: ପରିଣାମ ହେଲା ଏମିତି….

ସିଡନୀ,୧୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯିବ ଏବଂ ଟିମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri