Categories: ଖେଳ

ପାକିସ୍ତାନ ଖେଳାଳିଙ୍କୁ ଶାମି କହିଲେ- ସୁଧୁରି ଯାଅ; ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୨୨।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ଟିମ୍‌ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହେଲେ ଟୁର୍ନାମେଣ୍ଟରେ ଦଳର କିଛି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ ରେକର୍ଡ ନିଜ ନାମରେ କରିଥିଲେ। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ରହିଥିଲେ, ଯିଏ ୨୪ ଉଇକେଟ ନେଇ ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ପାଲଟିଥିଲେ। ଏହାକୁ ନେଇ ତାଙ୍କର ସବୁଠି ପ୍ରଶଂସା ହେଉଥିବା ବେଳେ ପାକିସ୍ତାନର କିଛି ପୂର୍ବତନ ଖେଳାଳି ତାଙ୍କ ବୋଲିଂକୁ ନେଇ ପ୍ରଶ୍ନ ଉଠାଇଥିଲେ। ପୂର୍ବତନ କ୍ରିକେଟର ହସନ ରଜା ଏହାକୁ ଚକ୍ରାନ୍ତ ବୋଲି କହିବାକୁ ପଛାଇ ନ ଥିଲେ। ଏବେ ଏହାର ଜବାବ ଦେଇଛନ୍ତି ଶାମି।

ଏକ କାର୍ଯ୍ୟକ୍ରମରେ ଶାମି କହିଛନ୍ତି, ମୁଁ କାହାକୁ ଇର୍ଷା କରେନା। ଯଦି ଆପଣ ଅନ୍ୟ ଖେଳାଳିର ସଫଳତାରେ ଖୁସି ହେବା ଆରମ୍ଭ କରନ୍ତି ତେବେ ଜଣେ ଭଲ ଖେଳାଳି ପାଲଟିପାରେ। ବିଶ୍ୱକପ୍‌ ଆରମ୍ଭରୁ ମୁଁ ଖେଳୁ ନ ଥିଲେ। ହେଲେ ଯେତେବେଳେ ସୁଯୋଗ ମିଳିଥିଲା ଉଇକେଟ ନେଇଥିଲେ। କିଛି ପାକିସ୍ତାନ ଖେଳାଳି ଏହାକୁ ହଜମ କରିପାରି ନ ଥିଲେ। ମୁଁ କ’ଣ ବା କରିପାରିବି। କାରଣ ତାଙ୍କ ମୁଣ୍ଡରେ ଅଛି ଯେ ସେମାନେ ଶ୍ରେଷ୍ଠ। ଭାଇ ଶ୍ରେଷ୍ଠ ସିଏ ଯିଏ ଆବଶ୍ୟକତା ସମୟରେ ଭଲ ପ୍ରଦର୍ଶନ କରିଥାନ୍ତି। ତୁମେମାନେ ସର୍ବଦା ଆମ ସହ ବିବାଦ କରିବାକୁ ଚାହୁଁଛ। ବଲ ଭିନ୍ନ ମିଳୁଛି ବୋଲି କହୁଛ। ଏତିକି କହିବି ସୁଧୁରି ଯାଅ ବୋଲି ଶାମି କହିଛନ୍ତି।

Share