Categories: ଖେଳ

ଅର୍ଜୁନ ଆଓ୍ବାର୍ଡ ଲିଷ୍ଟରେ ସାମିଲ ହେଲେ ଶାମି

ନୂଆଦିଲ୍ଲୀ,୧୪।୧୨: ଚଳିତ ବର୍ଷ ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ଭାରତ ପାଇଁ ଜଣେ ହିରୋ ଭାବେ ନିଜକୁ ପ୍ରମାଣିତ କରିଥିଲେ। ଟୁର୍ନାମେଣ୍ଟରେ ସର୍ବାଧିକ ୱିକେଟ ନେଇ ଶାମି ନମ୍ବରର ଓ୍ବାନ ବୋଲର ଥିଲେ। ବର୍ତ୍ତମାନ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଭଗାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରୀଡ଼ା କ୍ଷେତ୍ରରେ ଦିଆଯିବାକୁ ଥିବା ଅର୍ଜୁନ ପୁରସ୍କାର ପାଇଁ ମହମ୍ମଦ ଶାମିଙ୍କ ନାମ ଚୟନ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ରୀଡା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଶାମିଙ୍କ ନାମ ଅର୍ଜୁନ ପୁରସ୍କାର ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିସିସିଆଇ କ୍ରୀଡ଼ା ମନ୍ତ୍ରଣାଳୟକୁ ଅନୁରୋଧ କରିଛି। କ୍ରୀଡ଼ା କ୍ଷେତ୍ରରେ ଦିଆଯାଇଥିବା ଅର୍ଜୁନ ପୁରସ୍କାର ହେଉଛି ଭାରତର ଦ୍ୱିତୀୟ ବୃହତ୍ତମ ପୁରସ୍କାର।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଏ ଏମ ଖାନୱିଲକରଙ୍କ ନେତୃତ୍ୱରେ ମେଜର ଧ୍ୟାନ ଚାନ୍ଦ ଖେଲ ରତ୍ନ ପୁରସ୍କାର ଏବଂ ଅର୍ଜୁନ ପୁରସ୍କାର ସମେତ ଚଳିତ ବର୍ଷର କ୍ରୀଡ଼ା ପୁରସ୍କାର ଉପରେ ମନ୍ତ୍ରଣାଳୟ ଏକ ୧୨ ଜଣିଆ କମିଟି ଗଠନ କରିଛି। ତାଙ୍କ ବ୍ୟତୀତ କମିଟିରେ ମୋଟ ୬ ଜଣ ସଦସ୍ୟ ରହିବେ, ଯେଉଁମାନେ ପୂର୍ବତନ ଆନ୍ତର୍ଜାତୀୟ ଆଥଲେଟ ଅଟନ୍ତି।

Share