ଦେଶର ନାଁ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ଶାମିଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେବେଠାରୁ ସେ ନିରନ୍ତର ବିବାଦରେ ରହିଆସୁଛନ୍ତି। ବର୍ତ୍ତମାନ ସେ ଦେଶର ନାମ ପରିବର୍ତ୍ତନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ହସିନ ଜାହାଁ ମୋଦିଙ୍କ ସହ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଏହି ବିଶେଷ ନିବେଦନ କରିଛନ୍ତି।
ଇନଷ୍ଟାଗ୍ରାମରେ ନିଜର ଭିଡିଓ ଶେୟାର କରି ହସିନ ଜାହାନ ଲେଖିଛନ୍ତି, ଆମ ଦେଶ, ଆମର ସମ୍ମାନ। ମୁଁ ଭାରତକୁ ଭଲ ପାଏ। ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଭାରତର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରୁଛି, ଯାହାଫଳରେ ସମଗ୍ର ବିଶ୍ୱ ଆମ ଦେଶକୁ ଇଣ୍ଡିଆ ନୁହେଁ, ଭାରତ ନୁହେଁ ହିନ୍ଦୁସ୍ତାନ ବୋଲି କହିବ।
ହାସିନ ଜାହାଁ ଏବଂ ମହମ୍ମଦ ଶାମି ୨୦୧୪ ମସିହାରେ ବିବାହ କରିଥିଲେ। ୨୦୧୮ରେ, ହସିନ ଶାମିଙ୍କ ବିରୋଧରେ ଘରୋଇ ହିଂସା ଏବଂ ମ୍ୟାଚ ଫିକ୍ସିଂ ଭଳି ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ବିସିସିଆଇ ଏହି ଘଟଣାରେ ଶାମିଙ୍କୁ ନିର୍ଦ୍ଦୋଷ କହି ଦଳରେ ସ୍ଥାନ ଦେଇଥିଲା।

Share