Categories: ଖେଳ

ଶାମିଙ୍କ କଷ୍ଟକର ଜୀବନ କାହାଣୀ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୧ : ଆଇସିସି ବିଶ୍ୱକପ ୨୦୨୩ର ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ୧୨ ବର୍ଷ ପରେ ଭାରତ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଭାରତର ବିଜୟ ଯୋଗୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ ସେମିଫାଇନାଲରେ ମହମ୍ମଦ ଶାମି ୭ ୱିକେଟ ନେଇ ଭାରତକୁ ଏକ ବଡ଼ ବିଜୟ ଦେଇଛନ୍ତି। ଏହି ମ୍ୟାଚ ସହିତ ସେ ଏକଦିବସୀୟ କ୍ରିକେଟରେ ଚତୁର୍ଥ ଥର ପାଇଁ ପାଞ୍ଚଟି ୱିକେଟ ନେଇଥିବା ବୋଲର ହୋଇଛନ୍ତି। ଏହା ସହିତ ତାଙ୍କ ନାମରେ ଆଉ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ ପଞ୍ଜିକୃତ ହୋଇଛି। ସେ ବିଶ୍ୱକପରେ ୫୦ ୱିକେଟ ନେଇଥିବା ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି।

ଦିନ ଥିଲା ଯେତେବେଳେ ଶାମି ଅସଫଳତା କାରଣରୁ ଆତ୍ମହତ୍ୟା କରିବାକୁ ଯାଉଥିଲେ। ହଁ, ବାସ୍ତବରେ ସେ ନିଜେ କହିଥିଲେ ଯଦି ମୋର ପରିବାରର ସମର୍ଥନ ନ ଥାନ୍ତା, ମୁଁ କ୍ରିକେଟ ଛାଡି ଦେଇଥାନ୍ତି। ମୁଁ ଥରେ ନୁହେଁ ତିନିତିନି ଥର ଆତ୍ମହତ୍ୟା କରିବାକୁ ଚିନ୍ତା ଚିନ୍ତା କରିଥିଲି। ମୋ ଘର ୨୪ ମହଲାରେ ଥିଲା ଏବଂ ମୋ ପରିବାର ଭୟ କରୁଥିଲେ ମୁଁ ଆପାର୍ଟମେଣ୍ଟରୁ କାଳେ ଡେଇଁପଡ଼ିବି। ଏହି ସମୟ ଥିଲା ଯେତେବେଳେ ସେ ତାଙ୍କ ଜୀବନର ସବୁଠାରୁ କଠିନ ପର୍ଯ୍ୟାୟ ବିଷୟରେ ଉଲ୍ଲେଖ କରିଥିଲେ। କିନ୍ତୁ ସମୟ ସହିତ ଅସୁବିଧା କମିଲା ହେଲା ଏବଂ ଶାମି ଇତିହାସ ଲେଖିବା ଆରମ୍ଭ କଲେ। ଆଜି ବିଶ୍ୱ ଶାମିଙ୍କ ବୋଲିଂକୁ ସ୍ବୀକାର କରୁଛି। ସେ ଦେଶର କ୍ରିକେଟ ହିରୋ ପାଲଟି ଯାଇଛନ୍ତି।

ଏଠାରେ ପହଞ୍ଚିବା ପାଇଁ ରାସ୍ତା ଶାମିଙ୍କ ପାଇଁ ଆଦୌ ସହଜ ନ ଥିଲା। ଗତ କିଛି ବର୍ଷ ଧରି ଶାମି ଅନେକ ଅଭିଯୋଗ ଏବଂ ବିବାଦ ସହିତ ଜଡିତ ଥିଲେ। ୨୦୧୫ ବିଶ୍ୱକପ ପରେ ଶାମି ଆଘାତ ପ୍ରାପ୍ତ ହୋଇଥିଲେ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଅଶାନ୍ତି ଦେଖାଦେଇଥିଲା। କିନ୍ତୁ ଭାଗ୍ୟରେ ଆଉ କିଛି ଲେଖାଯାଇଥିଲା। ସେ ତାଙ୍କ ପରିବାରର ସମର୍ଥନ ପାଇଲେ ଏବଂ ଏହି ଅବସ୍ଥାରେ ପହଞ୍ଚିବା ପାଇଁ ସେ ନିଜର ଖରାପ ସମୟ ଦେଇ ଲଢ଼ିଥିଲେ। ବାସ୍ତବରେ, ୨୦୨୦ରେ କରୋନା ସମୟରେ ଶାମି ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭରେ ପ୍ରକାଶ କରିଥିଲେ ସେ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଛନ୍ତି। ସେ କହିଥିଲେ, “ମୁଁ ୨୦୧୫ ବିଶ୍ୱକପରେ ଆହତ ହୋଇଥିଲି। ଏହା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ମୋତେ ୧୮ ମାସ ସମୟ ଲାଗିଥିଲା ଏବଂ ଏହା ମୋ ଜୀବନର କଠିନ ପର୍ଯ୍ୟାୟ ଥିଲା। ମୁଁ ଆଇପିଏଲର ୧୦-୧୨ ଦିନ ପୂର୍ବରୁ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲି। ମୋର ବ୍ୟକ୍ତିଗତ ସମସ୍ୟା ବିଷୟରେ ଗଣମାଧ୍ୟମରେ ଅନେକ କିଛି ଚାଲିଥିଲା। ”

ଶାମି ଆହୁରି କହିଛନ୍ତି, “ମୁଁ ଅନୁଭବ କରୁଛି ଯଦି ମୋର ପରିବାରର ସମର୍ଥନ ନ ଥାଆନ୍ତା, ମୁଁ କ୍ରିକେଟ ତ୍ୟାଗ କରିଥାନ୍ତେ। ମୁଁ ତିନିଥର ଆତ୍ମହତ୍ୟା କରିବାକୁ ମଧ୍ୟ ଭାବିଥିଲି। ମୁଁ ଚାହୁଁ ନ ଥିଲି ଯେ ମୋ ପରିବାରର କେହି ମୋ ଉପରେ ନଜର ରଖନ୍ତୁ।

Share