Categories: ଖେଳ

ଶାମିଙ୍କ ଘାତକ ବୋଲିଂ: ଭାରତକୁ ୨୭୪ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଧର୍ମଶାଳା,୨୨।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୨୭୪ ରନ୍‌ର ଟାର୍ଗେଟ୍‌ ଦେଇଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୨୭୩ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ ଜିତିବା ପାଇଁ ଭାରତକୁ ୨୭୪ ରନ ଦରକାର। ନ୍ୟୁଜିଲାଣ୍ଡ ପାଇଁ ଡାରିଲ ମିଚେଲ ସର୍ବାଧିକ ୧୩୦ ରନ ସ୍କୋର କରିଥିଲେ। ରାଚିନ ରବିନ୍ଦ୍ର ୭୫ ରନ ଏବଂ ଗ୍ଲେନ ଫିଲିପ୍ସ ୨୩ ରନ ଯୋଗଦାନ କରିଥିଲେ। ଏହି ୩ ବ୍ୟାଟର୍‌ଙ୍କ ବ୍ୟତୀତ କେବଳ ୱିଲ ୟଙ୍ଗ (୧୭ ରନ) ଦୁଇ ଅଙ୍କ ଛୁଇଁପାରିଥିଲେ। ଭାରତ ପାଇଁ ମହମ୍ମଦ ଶାମି ପାଞ୍ଚ ଉଇକେଟ ନେଇଥିଲେ ଏବଂ କୁଲଦୀପ ଯାଦବ ଦୁଇଟି ଉଇକେଟ ନେଇଛନ୍ତି। ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share