Categories: ଖେଳ

ଭାରତକୁ ମ୍ୟାଚ୍‌ରେ ଫେରାଇ ଆଣିଲା ଶାମିଙ୍କ ଓଭର

କେପ ଟାଉନ୍‌,୧୨।୧: ନ୍ୟୁଲାଣ୍ଡ୍ସଠାରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ଦ୍ୱିତୀୟ ଦିନରେ ମହମ୍ମଦ ଶାମି ଗୋଟିଏ ଓଭରରେ ଦୁଇଟି ଉଇକେଟ ନେଇ ଭାରତୀୟ ଦଳକୁ ମ୍ୟାଚ୍‌କୁ ଫେରାଇ ଆଣିଛନ୍ତି। ପ୍ରଥମେ ଇନ୍‌ ଫର୍ମ ବ୍ୟାଟର ତେମ୍ବା ବଭୁମା (୨୮)ଙ୍କୁ ସ୍ଲିପ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରାଇଥିଲେ ଶାମି। ଏହାର ଦୁଇଟି ବଲ ପରେ କାଇଲ ଭରରେୟାନେଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ଲଗାତାର ଦୁଇଟି ଉଇକେଟ ଯୋଗୁ ଦକ୍ଷିଣ ଆଫ୍ରିକା ୬ ଉଇକେଟ ହରାଇ ୧୬୬ ରନ୍‌ କରିଛି। କିନ୍ତୁ ଭାରତୀୟ ବୋଲରଙ୍କ ଚିନ୍ତାର କାରଣ ପାଲଟିଛନ୍ତି କିଗାନ ପିଟରସନ। ଏହି ବ୍ୟାଟର ଏବେ ବି ୬୫ ରନ୍‌ କରି ଅପରାଜିତ ଅଛନ୍ତି। ଘରୋଇ ଦଳକୁ ଇନିଂସ ଅଗ୍ରଣୀ ପାଇଁ ବଳକା ୪ ଉଇକେଟରେ ୫୭ ରନ୍‌ ଦରକାର।

ଶାମିଙ୍କ ଭଳି ଯଶପ୍ରୀତ ବୁମରା ଓ ଉମେଶ ଯାଦବ ଦୁଇ ଲେଖାଏ ଉଇକେଟ ନେଇଛନ୍ତି। ପୂର୍ବରୁ ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୨୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା।

Share