‘ଜୀବନରେ କେବେ ବି ତାଙ୍କ ମୁହଁ ଦେଖିବାକୁ ଚାହେଁନା’

ବମ୍ବେ: ଜୀବନରେ ଆଉ କେବେ ବି ତେଜସ୍ବୀ ପ୍ରକାଶଙ୍କ ମୁହଁ ଦେଖିବି ନାହିଁ। କିଛି ଏଭଳି କହିଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ନିକଟରେ ଶେଷ ହୋଇଥିବା ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ସେ। ଶୋ’ ଜିତି ପାରି ନ ଥିଲେ ହେଁ ତାଙ୍କର ଯାତ୍ରାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଅନେକ ଥର ବ୍ୟକ୍ତିଗତ ଆଘାତ ପାଇଥିଲେ ହେଁ ଘର ଭିତରେ ସେ ଶାନ୍ତ ରହି ତାର ଜବାବ ଦେଇଥିଲେ। ଏବେ ବିଗ୍‌ବସ୍‌ ଘରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମିତା।

ଶୋ’ରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କ ସହ ସମିତା ଅଳ୍ପ ବହୁତ ସମ୍ପର୍କ ରଖିବାକୁ ଚାହାନ୍ତି। ହେଲେ ସବୁଠାରୁ ଅଧିକ କଟୁ କଥା କହିଥିବାରୁ ତେଜସ୍ବୀଙ୍କ ମୁହଁ ଦେଖିବାକୁ ଚାହୁଁନାହାନ୍ତି ସେ। କେବେ ବୟସକୁ ନେଇ ତ କେବେ ସମ୍ପର୍କକୁ ନେଇ ସେ ବହୁତ କିଛି ସମିତାଙ୍କୁ କହିଥିଲେ। ଯାହାକୁ ଭୁଲିବା କଷ୍ଟକର। ହେଲେ ଏବେ ଘରୁ ବାହାରି ସେ ତେଜସ୍ବୀଙ୍କୁ କ୍ଷମା କରି ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

Share