ବଲିଉଡ୍ ଅଭିନେତ୍ରୀ ଶମିତା ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ସେ ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କର ଓ୍ବେବ୍ ସିରିଜ୍ ‘ବ୍ଲାକ୍ ଓ୍ବିଡୋଜ୍’ ରିଲିଜ୍ ହୋଇଥିଲା। ଶମିତାଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ହେଲେ ଏବେ ସେ ନିଜ ବିବାହ ପଥରେ ରହିଥିବା ବାଧା ବିଷୟରେ କହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଶମିତା ବିବାହ କରିବାକୁ ଚାହୁଁଥିବା ମଧ୍ୟ କହିଛନ୍ତି।
ସେ କହିଛନ୍ତି ଯେ, ମୁଁ ବିବାହ କରିବାକୁ ଚାହୁଁଛି। କିନ୍ତୁ ମୋର ବର କେଉଁଠି ଅଛି ତାହା ମୁଁ ଜାଣି ନାହିଁ। ତାକୁ ମୋତେ ଖୋଜିବା ଆବଶ୍ୟକ। ମୁଁ ମୋର ହୃଦୟର କଥା କେବେ କାହାପାଖରେ ଲୁଚାଇ ନାହିଁ। ଏହି କାରଣ ପାଇଁ ମୁଁ ସବୁବେଳେ ଅସୁବିଧାରେ ପଡ଼ିଥାଏ। କିନ୍ତୁ ପ୍ରେମ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ମୁଁ ଜାହା ସହ ବିବାହ କରିବି ସେହି ବ୍ୟକ୍ତି ସହ ସାରା ଜୀବନ ରହିବି ବୋଲି ସେ ଶମିତା କହିଛନ୍ତି।