ଜେଲ୍‌ରେ ଭିଣୋଇ, ଶିଳ୍ପାଙ୍କୁ ଏମିତି ଲେଖିଲେ ଭଉଣୀ ସମିତା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ଗିରଫ ପରେ ପୂରା ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି ହୋଇଛି। ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ମାମଲାରେ ରାଜ୍‌ ଗିରଫ ହେବା ପରେ ଏହା ଶିଳ୍ପାଙ୍କ କ୍ୟାରିୟର ପ୍ରତି ପ୍ରଭାବ ପଡ଼ିବ ବୋଲି କୁହାଯାଉଛି। କିନ୍ତୁ ଏହାରି ଭିତରେ ୨୩ ତାରିଖ ଶୁକ୍ରବାର ଶିଳ୍ପାଙ୍କ ଫିଲ୍ମ ‘ହଙ୍ଗାମା-୨’ ରିଲିଜ ହୋଇଛି। ୧୪ ବର୍ଷ ପରେ ଶିଳ୍ପାଙ୍କ କମ୍‌ବ୍ୟାକ୍‌କୁ ନେଇ ଭଉଣୀ ଶମିତା ସେଟ୍ଟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି।

ସେ ଲେଖିଛନ୍ତି, ୧୪ ବର୍ଷ ପରେ ତୁମ ଫିଲ୍ମ ରିଲିଜ ହୋଇଛି। ଅଲ୍‌ ଦ ବେଷ୍ଟ ମାଇଁ ଡାର୍ଲିଂ। ମୁଁ ଜାଣିଛି, ତୁମେ ବହୁତ ପରିଶ୍ରମ କରିଛ। ତୁମେ ମୋ ପ୍ରେମ ଏବଂ ସବୁବେଳେ ତୁମ ସହ ରହିଛି। ତୁମେ ଏବେ ନିଜ ଜୀବନରେ ବହୁତ ଉତ୍ଥାନ ପତ୍ତନ ଦେଇ ଗତି କରୁଛ। ବ୍ୟସ୍ତ ହୁଅନାହିଁ। ତୁମେ ହାରିବନି ମୁଁ ଜାଣିଛି। ଏହି ସମୟ ଦିନେ ଚାଲିଯିବ। ତୁମ ପୂରା ଟିମ୍‌କୁ ଶୁଭକାମନା।

Share