ଗବ୍ବର-ମୋଗେମ୍ବୋ ଭଳି ଖଳନାୟକ ହେବାକୁ ଚାହୁଁଛି: ରଣବୀର

ବମ୍ବେ: ସିନେମାରେ ନାୟକଙ୍କ ଭଳି ଖଳନାୟକମାନଙ୍କ କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ ତାଙ୍କ ଅଭିନୀତ ଚରିତ୍ର ବାହାବା ସାଉଁଟେ। ହେଲେ ଖଳନାୟକ ହେବା ସେତେଟା ସହଜ ନୁହେଁ। ଯଦି ନାୟକଟିଏ ନେଗେଟିଭ୍‌ ଚରିତ୍ରରେ ନଜର ଆସେ ତେବେ ତା ମନରେ ଅଜବ ଚିନ୍ତା ଥାଏ। ପ୍ରଶଂସକ ତାଙ୍କର ଚରିତ୍ରକୁ ଗ୍ରହଣ କରିବେ ତ। ଏବେ ବଲିଉଡ୍‌ର ଜଣେ ଅଭିନେତା ନାୟକ ନୁହେଁ ବରଂ ମୋଗେମ୍ବୋ, ଗବ୍‌ଖଳନାୟକ ଭୂମିକାରେ ଅଭିନୟ କରିବାକୁ ବଳାଇଛନ୍ତି ମନ। ସେ ହେଲେ ରଣବୀର କପୁର।

ଜୁଲାଇରେ ରିଲିଜ ହେବ ‘ଶମ୍‌ଶେରା’। ଫିଲ୍ମରେ ରଣବୀର ନାୟକ ଭୂମିକାରେ ଆସିବେ ନଜର। ସେହିଭଳି ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ଏହାର ଏବେ ପ୍ରମୋଶନ ଚାଲିଥିବା ବେଳେ ରଣବୀର ନିଜ ମନ କଥା କହିଛନ୍ତି।
ପିଲାଟିଦିନରୁ ସେ ହିରୋ ହେବାକୁ ଚାହୁଁଥିଲେ। ହେଲେ ମନରେ ଖଳନାୟକ ଭୂମିକା କରିବାକୁ ଇଚ୍ଛା ଥିଲା। ଏବେ ସେ ନେଗେଟିଭ୍‌ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି, ଯେପରି କେହି ପିଲା କାନ୍ଦିଲେ ତାକୁ କହୁଥିବେ, ଶୋଇ ଯା, ନହେଲେ ରଣବୀର ଆସିଯିବ। ଏବେ ବଲିଉଡ୍‌ଜଗତରେ ଅନେକ ପରିବର୍ତ୍ତନ ଆସିଲାଣି। ପ୍ରଥମେ ଲୋକ କେବଳ ହିରୋ ହେବାକୁ ଚାହୁଁଥିଲେ। ମାତ୍ର ଏବେ ସେମାନେ ଭିଲେନ୍‌ ହେଉଛନ୍ତି। ତାଲିକାରେ ଶାହାରୁଖ ଖାନଙ୍କ ନାମ ରହିଛି। ଡର୍‌ ଫିଲ୍ମରେ ତାଙ୍କ ଅଭିନୟ ଆଜି ବି ଜୀବନ୍ତ ହୋଇ ରହିଛି। ପଦ୍ମାବତରେ ରଣବୀର ସିଂହ ଆଲାଉଦ୍ଦିନ ଖିଲଜୀ ଭୂମିକାରେ ନଜର ଆସିଥିଲେ ବୋଲି ଉଦାହରଣ ଦେଇ ରଣବୀର କହିଛନ୍ତି।

ଫିଲ୍ମ ବିଷୟରେ କଥା ହେଲେ ରଣବୀରଙ୍କ ଦୀର୍ଘ ଚାରି ବର୍ଷ ପରେ ‘ଶମ୍‌ଶେରା’ ଫିଲ୍ମ ରିଲିଜ ହେଉଛି। ତାଙ୍କର ଶେଷ ଫିଲ୍ମ ଥିଲା ସଞ୍ଜୁ। ଏହାଛଡ଼ା ସେ ବ୍ରହ୍ମାସ୍ତ୍ରରେ ମଧ୍ୟ ନଜର ଆସିବେ।

Share