ଜାଣନ୍ତୁ ପ୍ରଥମ ଦିନରେ କେତେ ଆୟ କରିଛି ଫିଲ୍ମ ‘ଶମଶେରା’

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଭିନୀତ ଫିଲ୍ମ ‘ଶମଶେରା’ ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ତେବେ ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୧୦ କୋଟି ଆୟ କରିଥିବା ଜଣାପଡ଼ିଛି। କୁହାଯାଉଥିଲା କି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ, ହେଲେ ସେତେଟା ଭଲ ଆୟ କରିପାରିନାହିଁ। ଫିଲ୍ମ‘ସମ୍ରାଟ ପୃଥ୍ବୀରାଜ’ ପ୍ରାୟ ୧୦.୭ କୋଟି ଆୟ କରିଥିଲା। ‘ସମ୍ରାଟ ପୃଥ୍ବୀରାଜ’ ତୁଳନାରେ ‘ଶମଶେରା’ କମ୍‌ ଆୟ କରିଛି। ମହାମାରୀ ପରେ ‘ଶମଶେରା’ ଦ୍ୱିତୀୟ ସର୍ବବୃହତ ସିନେମା। ଯାହା ୪୦୦୦ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା। କରଣ ମାଲହୋତ୍ରା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ୍‌ ଏବଂ ତେଲୁଗୁ ଭାଷାରେ ମଧ୍ୟ ରିଲିଜ୍‌ ହୋଇଛି। ଖୁବ୍‌ଶୀଘ୍ର ଓଟିଟି ପ୍ଲାର୍ଟଫର୍ମରେ ଫିଲ୍ମ ରିଲିଜ୍‌ ହେବ ବୋଲି କୁହାଯାଉଥିଲା। ହେଲେ କେବେ ରିଲିଜ୍‌ ହେବ ତାହାକୁ ନେଇ କୌଣସି ଘୋଷଣା କରାଯାଇନାହିଁ। କରୋନା କାରଣରୁ ଏହି ଫିଲ୍ମ ରିଲିଜ୍‌ରେ ବିଳମ୍ବ ହୋଇଥିଲା ।

Share