ଫ୍ଲପ୍‌ ଫିଲ୍ମ ଲିଷ୍ଟରେ ସାମିଲ୍‌ ହେଲା ‘ଶମଶେରା’

ନିକଟରେ ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ‘ଶମଶେରା’ ରିଲିଜ୍‌ ହୋଇଛି। ହେଲେ ଫିଲ୍ମ ରିଲିଜ୍‌ ହେବା ପରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ। ୫ ଦିନରେ ଫିଲ୍ମଟି ମାତ୍ର ବକ୍ସ ଅଫିସରେ ପ୍ରାୟ ୩୭ କୋଟି ଟଙ୍କା ଆୟ କରି ପାରିଛି। ୧୫୦ କୋଟି ବଜେଟ୍‌ରେ ନିର୍ମିତ ଶମଶେରା ପାଇଁ ୫୦ କୋଟି ଟଙ୍କା ଆୟ କରିବା ମୁସ୍କିଲ ହୋଇପଡ଼ିଛି। ୨୦୧୮ରେ ତାଙ୍କ ଅଭିନୀତ ଫିଲ୍ମ ସଞ୍ଜୁ ବକ୍ସ ଅଫିସରେ ସୁପରହିଟ୍‌ ହେବା ସହ କୋଟି କୋଟି ଟଙ୍କା ଆୟକରି ରେକର୍ଡ ଭାଙ୍ଗିଥିଲା। ଶମଶେରା ଫିଲ୍ମରୁ ମଧ୍ୟ ସେହି ଆଶା ରହିଥିଲା। ବର୍ତ୍ତମାନ ଫିଲ୍ମକୁ ନେଇ ନେଗେଟିଭ୍‌ ରିଭ୍ୟୁ ଆସିବା ପରେ ଚିନ୍ତାରେ ଫିଲ୍ମ ନିର୍ମାତା। ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌କୁ ଦର୍ଶକ ଆସୁନାହାନ୍ତି। ୟଶରାଜ ବ୍ୟାନରକୁ ସବୁଠୁ ବଡ଼ କ୍ଷତି ହୋଇଛି। ଫିଲ୍ମଟି କମ୍‌ ଆୟ ସହିତ ୨୦୨୨ର ସବୁଠୁ ବଡ ଫ୍ଲପ୍‌ ଫିଲ୍ମ ସୂଚୀରେ ସାମିଲ ହୋଇ ଯାଇଛି।

Share