ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହେଲା ‘ଶମଶେରା’

ମୁମାଇ: ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଶମଶେରା’ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହୋଇଯାଇଛି। ବର୍ତ୍ତମାନ ଆଉ ଅପେକ୍ଷା ନ କରି ଆମାଜନ ପ୍ରାଇମ୍‌ରେ ଏହି ଫିଲ୍ମକୁ ଦେଖିପାରିବେ। ୧୫୦ କୋଟି ବଜେଟ୍‌ରେ ନିର୍ମିତ ଫିଲ୍ମ‘ଶମଶେରା’ ୨୨ ଜୁଲାଇରେ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଥିଲା। ହେଲେ ଆଶାନୁଯାୟୀ ଭଲ ପ୍ରଦର୍ଶନ କରିପାରି ନଥିଲା। କିନ୍ତୁ ଏବେ ଓଟିଟିରେ ଟକ୍କର ଦେବାକୁ ଯାଉଛି । ରଣବୀର କପୁରଙ୍କ ବ୍ୟତୀତ ବାଣୀ କପୁର, ସଞ୍ଜୟ ଦତ୍ତ ଏବଂ ସୌରବ ଶୁକ୍ଲା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଥିଲା।

Share