ଶନାୟା କପୁରଙ୍କୁ ଲଞ୍ଚ କରୁଛନ୍ତି କରନ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ତାଙ୍କ ଅଭିନୀତ ଫିଲ୍ମ ‘ବେଧଡକ’ର ପୋଷ୍ଟର ରିଲିଜ୍ ହୋଇଛି । ଶନାୟା କପୁରଙ୍କୁ ବଲିଉଡ କିଙ୍ଗ କରନ ଜୋହର ଲଞ୍ଚ କରିବାକୁ ଯାଉଛନ୍ତି । ଫିଲ୍ମର ପୋଷ୍ଟର କରନ ଜୋହର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଯେଉଁଥିରେ ଶନାୟାଙ୍କ ସହ ଆଉ ୨ ଜଣ ଅଭିନେତା ନଜର ଆସିଛନ୍ତି । ଶନାୟାଙ୍କ ସହ ଲକ୍ଷ୍ୟ ଲାଲୱାନୀ ଓ ଗୁରଫତେହ ପିରଜାଦା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଫିଲ୍ମର ପୋଷ୍ଟର ରିଲିଜ୍ ହେବା ପରେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ କରନ ଜୋହରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
କରନ ଜୋହର ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି, ଆପଣଙ୍କ ସମ୍ମୁଖରେ ନେତୃତ୍ୱ ନେଇ ବେଧଡକ ଖୁବ୍ ସୁନ୍ଦର ଶନାୟା କପୁର ଆସୁଛନ୍ତି । ସେ ଯେଉଁ ଏନର୍ଜି ସ୍କ୍ରିନରେ ଆଣିବାକୁ ଯାଉଛନ୍ତି ତାକୁ ଦେଖିବାକୁ ମୁଁ ଆଉ ଅପେକ୍ଷା କରି ପାରୁନି । ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମକୁ ଦର୍ଶକଙ୍କର ମିଳାମିଶା ରେସପନ୍ସ ମିଳୁଛି । କେତେଜଣ ଶନାୟାଙ୍କ ପୋଷ୍ଟରର ତାରିଫ କରୁଥିବା ବେଳେ ଆଉ କେତେଜଣ କରନ ଜୋହରଙ୍କ ଉପରେ ନେପୋଟିଜମର ଅଭିଯୋଗ ଆଣିଛନ୍ତି । ଆଲିଆ ଭଟ୍ଟ, ବରୁଣ ଧୱନ, ସିଦ୍ଧାର୍ଥ ମାଲହୋତ୍ରା, ଜାହ୍ନବୀ କପୁର ଓ ଅନନ୍ୟା ପାଣ୍ଡେଙ୍କୁ ବଲିଉଡରେ ଲଞ୍ଚ କରିଥିବା କରନ ଜୋହରଙ୍କ ଏହି ଫିଲ୍ମର ପୋଷ୍ଟର ଦେଖି ଅନୁମାନ କରାଯାଉଛି କି ଏଥିରେ ସ୍କୁଲ ଅବା କଲେଜର ଡ୍ରାମା ଦେଖିବାକୁ ମିଳିବ ।

Share