ସନାୟାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଏବେଠାରୁ କସରତ ଆରମ୍ଭ କରି ସାରିଛନ୍ତି । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମକୁ ପବ୍ଲିକ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଫଟୋ ଓ ଭିଡିଓ ଶେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଆଁ ଲଗାଇଛି । ନିକଟରେ ସେ ଶେୟାର କରିଥିବା ଏକ ଭିଡିଓ ଓ ଫଟୋରେ ବେଲି ଡ୍ୟାନ୍ସ କରୁଥିବା ନଜର ଆସିଛି । ଏହି ଭିଡିଓରେ ସେ ହ୍ୱାଇଟ ସ୍କଟ ସହ ହ୍ୱାଇଟ କଲର କ୍ରପ୍ ଟପ୍ ପିନ୍ଧିଥିବା ଦେଖାଯାଇଛି । ଯାହା ତାଙ୍କୁ ଖୁବ୍ ମାନୁଛି । ଭିଡିଓଟି ଶେୟାର କରିବା ସହ ସନାୟା ଶାହାରୁଖ ଖାଁଙ୍କ ଝିଅ ସୁହାନାଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ସନାୟା ଡ୍ୟାନ୍ସ ସମୟରେ ଯେଉଁ ସ୍କଟ ପିନ୍ଧିଛନ୍ତି ତାହା ସୁହାନାଙ୍କର । ସେଥିପାଇଁ ସେ ସୁହାନାଙ୍କୁ ଧନ୍ୟବାଦ ଦେଇଛନ୍ତି । ଭିଡିଓରେ ସନାୟାଙ୍କ ସହ ଇନଷ୍ଟ୍ରକଟର ସଞ୍ଜନା ମୁଥରେଜା ନଜର ଆସିଛନ୍ତି । ଯାହା ସହ ସନାୟା ଜବରଦସ୍ତ ବେଲି ଡ୍ୟାନ୍ସ କରୁଛନ୍ତି । ସନାୟାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ଲାଇକ୍ସ ଓ କମେଣ୍ଟସ୍ ମିଳୁଛି । ତାଙ୍କର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୯୩ ହଜାର ଲାଇକ୍ସ ମିଳିସାରିଲାଣି । କେହି କେହି ଏହି ଭିଡିଓରେ ସନାୟାଙ୍କ ଡ୍ୟାନକୁ ପ୍ରଶଂସା କରୁଛନ୍ତି ତ ଆଉ କେହି ତାଙ୍କ ବୋଲ୍ଡ ଅନ୍ଦାଜକୁ ପସନ୍ଦ କରିଛନ୍ତି ।

Share