Categories: ଖେଳ

କରୋନା ଟିକା ଯୋଗୁ ହୋଇଥିଲା ସେନ ଓ୍ବାର୍ନଙ୍କ ମୁତ୍ୟୁ! ଡାକ୍ତରଙ୍କ ବଡ ଦାବି

କାନବେରା,୨୨।୬: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ସେନ ୱାର୍ନଙ୍କ ମୃତ୍ୟୁ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ୱାର୍ନଙ୍କ ମୃତ୍ୟୁ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ମୃତ୍ୟୁର କାରଣ କରୋନା ଟିକା ହୋଇପାରେ ବୋଲି ଡାକ୍ତରମାନେ ଦାବି କରିଛନ୍ତି। ବାସ୍ତବରେ, ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ୱାର୍ନଙ୍କ ଦ୍ୱାରା ଦିଆଯାଇଥିବା କୋଭିଡ ଟିକା ହୃଦୟ ସମ୍ବନ୍ଧୀୟ ରୋଗକୁ ବଢାଇଥାଏ। ସୂଚନାଯୋଗ୍ୟ, ୱାର୍ନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଥାଇଲାଣ୍ଡରେ ସେନ ୱାର୍ନଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁର ପ୍ରାୟ ୯ମାସ ପୂର୍ବରୁ ତାଙ୍କୁ କରୋନା ଟିକା ଦିଆଥିଲା। ରିପୋର୍ଟରେ ଏହା ପ୍ରକାଶ ପାଇଛି ଯେ ୱାର୍ନ ନେଇଥିବା କରୋନା ଟିକା ହୃଦୟ ସମ୍ବନ୍ଧୀୟ ରୋଗକୁ ବଢାଇଥାଏ। ଜଣେ ଅଷ୍ଟ୍ରେଲୀୟ ଡାକ୍ତର ଏବଂ ମୂଳ ଭାରତୀୟ ବ୍ରିଟିଶ ହୃଦରୋଗ ବିଶେଷଜ୍ଞ କହିଛନ୍ତି ଯେ ସେନ ୱାର୍ନଙ୍କ ମୃତ୍ୟୁର କାରଣ କରୋନା ଟିକା ହୋଇପାରେ।

ୱାର୍ନଙ୍କୁ COVID mRNA ଟିକା ଦିଆଯାଇଥିଲା, ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ଥାଏ । ମୃତ୍ୟୁର ପ୍ରାୟ ୯ ମାସ ପୂର୍ବରୁ ୱାର୍ନ ଏହି ଟିକା ନେଇଥିଲେ। ହୃଦରୋଗ ବିଶେଷଜ୍ଞ ଡାକ୍ଟର ଅସୀମ ମାଲହୋତ୍ରା ଏବଂ ଡାକ୍ତର କ୍ରିସ ନୀଲ କହିଛନ୍ତି ଯେ COVID mRNA ଟିକା କରୋନାରୀ ରୋଗକୁ ଶୀଘ୍ର ବଢାଇଦେଇଥାଏ। ବିଶେଷକରି ସେହି ଲୋକମାନଙ୍କଠାରେ ଯେଉଁମାନେ ପୂର୍ବରୁ କୌଣସି ହୃଦଘାତରେ ପୀଡିତ ଥାଆନ୍ତି।

ଡାକ୍ତର ମାଲହୋତ୍ରା କହିଛନ୍ତି, ଅଷ୍ଟ୍ରେଲୀୟ ପୂର୍ବତନ ଖେଳାଳି ସେନ ୱାର୍ନ ୫୨ ବର୍ଷ ବୟସରେ ହଠାତ୍‌ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ, ଯେଉଁଥିପାଇଁ ତାଙ୍କର ମୁତ୍ୟୁ ହୋଇଥିଲା। ତଥାପି ସମସ୍ତେ ଜାଣନ୍ତି ଯେ ୱାର୍ନଙ୍କ ଜୀବନ ଶୈଳୀ ଅତ୍ୟନ୍ତ ସୁସ୍ଥ ନ ଥିଲା। ସେ ଧୂମପାନ କରୁଥିଲେଏବଂ ତାଙ୍କ ଶରୀରର ଓଜନ ଅଧିକ ଥିଲା। ମାଲହୋତ୍ରା କହିଛନ୍ତି, ଫାଇଜର ଟିକା ଦୁଇ ଡୋଜ ନେବା ପରେ ମୋ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ଏବଂ ଟିକା ପରେ ତାଙ୍କର ହୃଦ ରୋଗ ଦ୍ରୁତ ଗତିରେ ଆହୁରି ବଢି ଯାଇଥିଲା।

Share