ଦୁବାଇ, ୩୧।୧୦: ଏବେ ଟି-୨୦ ବିଶ୍ୱକପ୍ର ସୁପର-୧୨ ମୁକାବିଲା ଖେଳାଯାଉଛି। ଏହାପରେ ସେମିଫାଇନାଲ ଏବଂ ଫାଇନାଲ ଖେଳାଯିବ। ଏଣୁ ପୂର୍ବରୁ ବିଶ୍ୱକପ୍ରେ କିଏ ବାଜି ମାରିବ ସେନେଇ କହିବା ମୁସ୍କିଲ। ଏବେ ଅଷ୍ଟ୍ରେଲିଆର ପୂର୍ବ ଅଭିଜ୍ଞ ସ୍ପିନର ଶେନ୍ ଓ୍ବାର୍ନ ବଡ଼ ଭବିଷ୍ୟବାଣୀ କରିଛନ୍ତି।
ସେ କହିଛନ୍ତି, ଗ୍ରୁପ୍-୧ରୁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଶୀର୍ଷ ୪ରେ ସ୍ଥାନ ପାଇବାରେ ସକ୍ଷମ ହେବେ। ଗ୍ରୁପ୍-୨ରୁ ଭାରତ ଏବଂ ପାକିସ୍ତାନ ଟିମ୍ ସେମିଫାଇନାଲ ଖେଳିବେ। ଇଂଲଣ୍ଡ ଏବେ ଅଙ୍କତାଲିକାରେ ଶୀର୍ଷରେ ଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ପାକିସ୍ତାନ ଲଗାତାର ୩ ମ୍ୟାଚ୍ ଜିତି ଶୀର୍ଷରେ ରହିଛି। ଦ୍ୱିତୀୟ ସ୍ଥାନ ପାଇଁ ଅନ୍ୟଟିମ୍ଗୁଡ଼ିକ ସଂଘର୍ଷ କରିବେ। ଭାରତ ଏବେ ଗୋଟିଏ ମ୍ୟାଚ୍ ଖେଳିଥିବା ସତ୍ତ୍ୱେ ଦଳ ସେମିଫାଇନାଲରେ ପହଞ୍ଚିବ ବୋଲି ଓ୍ବାର୍ନ କହିଛନ୍ତି। ଏହାଛଡ଼ା ବିଶ୍ୱକପ୍ ଫାଇନାଲରେ ଭାରତ-ପାକିସ୍ତାନ ନଚେତ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟ ଟକ୍କର ହୋଇପାରେ ବୋଲି ସେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି।