ମେଲବୋର୍ନ,୨୦।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଶେନ ଓ୍ବର୍ନଙ୍କୁ ଶେଷ ବିଦାୟ ଦେଇଛନ୍ତି ପରିବାରଲୋକେ। ରବିବାର ଏଠାର ସେଣ୍ଟ କିଲ୍ଡା ଫୁଟବଲ୍ କ୍ଲବରେ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଓ୍ବର୍ନଙ୍କ ପରିବାର ଏବଂ ବନ୍ଧୁମାନେ ଯୋଗଦେଇଥିଲେ।
ପ୍ରକାଶ ଯେ, ୧୯୯୨ରେ ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଡେବ୍ୟୁ କରିଥିଲେ ଓ୍ବର୍ନ। ଉଭୟ ଦିନିକିଆ ଓ ଟେଷ୍ଟରେ ସେ ୧୦୦୧ ଉଇକେଟ ନେଇଥିଲେ। ୧୪୫ଟି ଟେଷ୍ଟରୁ ୭୦୮ଟି ଉଇକେଟ, ୧୯୪ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରୁ ୨୯୩ଟି ଉଇକେଟ ହାସଲ କରିଥିଲେ। ହେଲେ ଥାଇଲ୍ୟାଣ୍ଡକୁ ଛୁଟି କାଟିବାକୁ ଯାଇଥିବା ବେଳେ ଓ୍ବର୍ନ ହୃଦଘାତରେ ପ୍ରାଣ ହରାଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିବା ବେଳେ ହଠାତ୍ ତାଙ୍କ ବିୟୋଗ କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଥିଲା।