Posted inଖେଳ

ଭାବବିହ୍ବଳ ହୋଇ ଆଇପିଏଲ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ ଅଲରାଉଣ୍ଡର

ଚେନ୍ନାଇ ସୁପର୍‌ କିଙ୍ଗସ ଷ୍ଟାର୍‌ ଅଲରାଉଣ୍ଡର ଶେନ ୱାଟସନ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପରେ ୩୯ ବର୍ଷୀୟ ୱାଟସନ ସିଏସକେର ସାଥି ଖେଳାଳିଙ୍କୁ ଭାବବିହ୍ବଳ ହୋଇ ନିଜ ଅବସର ନେଇ ସୂଚନା ଦେଇଥିଲେ। ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବା ତାଙ୍କ ପାଇଁ ବଡ ସମ୍ମାନର କଥା ଥିଲା। ତେବେ ଅବସର ନେଇଥିଲେ ହେଁ ୱାଟସନ ସିଏସକେର ସପୋର୍ଟ ଷ୍ଟାଫ ଭାବେ କାମ କରିପାରନ୍ତି। ୨୦୧୮ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ଖେଳିବାକୁ ଚୁକ୍ତିବଦ୍ଧ ହେବା ମାତ୍ରେ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଥିବା ଅଷ୍ଟ୍ରେଲିଆର ଏହି ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ସିଏସକେ ୨୦୧୮ରେ କିଣିଥିଲା। ୨୦୧୮ ଆଇପିଏଲ ସଂସ୍କରଣର ଫାଇନାଲରେ ୱାଟସନଙ୍କ ଆକର୍ଷଣୀୟ ଶତକ ବଳରେ ଚେନ୍ନାଇ ତୃତୀୟଥର ଲାଗି ଚାମ୍ପିୟନ ହୋଇଥିଲା। ୱାଟସନ ଆଇପିଏଲ୍‌ରେ ମୋଟ ୧୪୫ ମ୍ୟାଚ ଖେଳିଥିଲେ ମଧ୍ୟ ସିଏସ୍‌କେ ପାଇଁ ୪୩ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିଲେ। ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଅବଶିଷ୍ଟ ମ୍ୟାଚ ଖେଳିଥିଲେ। ଅଷ୍ଟ୍ରେଲିଆ ପାଇଁ ସେ ୫୯ ଟେଷ୍ଟ, ୧୯୦ ଦିନିକିଆ ଓ ୫୮ ଟି-୨୦ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

କାଳ ବୈଶାଖୀ : ୩ ଘଣ୍ଟା ପାଇଁ ଏସବୁ ଜିଲାକୁ ସତର୍କ

ଭୁବନେଶ୍ୱର,୧୫।୪: ୧୨ ଜିଲାକୁ କାଳ ବୈଶାଖୀ ନେଇ ବର୍ଷା ସତର୍କତା ଜାରି କରାଯାଇଛି। ଏସବୁ ଜିଲା ଗୁଡ଼ିକ ହେଲା, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ: କହିଲେ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର.୧୫।୪: ବଲାଙ୍ଗିର ଜିଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ...

ତାଣ୍ଡବ ରଚିଲା କାଳବୈଶାଖୀ: ଏକାଧିକ ଘର ଛପର ଉଡିଲା

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ରେ ପ୍ରବଳ ଝଡ଼ ତୋଫାନ ସହ ବିଜୁଳି ଏବଂ ଘଡ଼ଘଡ଼ି ସହ ପ୍ରବଳ...

ଏହି ୪ ରାଶିରେ ଜନ୍ମିତ ଯୁବତୀ ଜୀବନସାଥୀଙ୍କ ପାଇଁ ବହୁତ ଲକି; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଟେନଶନରେ ମାହି, CSK ଜିତିଲା ପରେ ଆଣିଲେ ସାଂଘାତିକ ଅଭିଯୋଗ!

ଲକ୍ଷ୍ନୌ,୧୫।୪: ୧୪ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପାଞ୍ଚ ୱିକେଟରେ ପରାସ୍ତ କରିଛି। କ୍ରମାଗତ ପାଞ୍ଚ ଥର ପରାଜୟ...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image