ସାଂଘାଇରେ ବେକାବୁ ହେଲାଣି କରୋନା, ଗୋଟିଏ ଦିନରେ ୫୨ ଜଣଙ୍କ ମୃତ୍ୟୁ

ବେଜିଂ,୨୬ ।୪: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର ରିପୋର୍ଟ ଅନୁଯାୟୀ, ଆର୍ଥିକ ରାଜଧାନୀ ସାଂଘାଇରେ ଗତ ୨୪ ଘଣ୍ଟାରେ କରୋନାରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଏଠାରେ କରୋନାରେ ୫୧ ଜଣଙ୍କ ମୃତ୍ୟୁ ହୋଇଥିଲା । ନଗର ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି । ଏହାସହ ଗୋଟିଏ ଦିନରେ ସାଂଘାଇରେ ୧୬,୯୮୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ହେଲେ ଏମାନଙ୍କ ମଧ୍ୟରୁ କେବଳ ୧,୬୬୧ଜଣଙ୍କ ପାଖରେ ଲକ୍ଷଣ ଦେଖାଯାଇଥିବା ବେଳେ ଅଧିକାଂଶଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର କିଏ ସେହି ହିନ୍ଦୁ ନେତା Kheal Das Kohistani? ଯାହାଙ୍କ ଉପରେ ପ୍ରଦର୍ଶନକାରୀ କଲେ ଆକ୍ରମଣ

ଇସଲାମାବାଦ,୨୦।୪: ସିନ୍ଧରେ ଜଣେ ହିନ୍ଦୁ ପାକିସ୍ତାନୀ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରଦର୍ଶନକାରୀମାନେ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାରରେ ଧାର୍ମିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ Kheal Das...

ବଡ଼ ସଫଳତା, 10G standard ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ ନେଟୱାର୍କ ଆରମ୍ଭ କରି ଆଉ ପାଦେ ଆଗେଇ ଗଲା ଚାଇନା

ବେଜିଂ,୨୦।୪: Huawei, China Unicom ସହିତ ମିଳିତ ଭାବରେ, Hebei ପ୍ରଦେଶର ଜିଓଙ୍ଗଆନ ନିୟୁ ଏରିଆରେ ଚାଇନାର ପ୍ରଥମ 10G standard ବ୍ରଡବ୍ୟାଣ୍ଡ ନେଟୱାର୍କ ଲଞ୍ଚ...

ଅଛନ୍ତି ଏଲିୟନ୍‌! ମିଳିଲା ସଙ୍କେତ

ଲଣ୍ଡନ, ୨୦।୪: ଭାରତୀୟ-ବ୍ରିଟିଶ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ନିକ୍କୁ ମଧୁସୂଦନ ଏବଂ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ତାଙ୍କ ଟିମ୍‌ ପକ୍ଷରୁ କେ୨-୧୮ବି ନାମକ ଏକ ଦୂରବର୍ତ୍ତୀ ଗ୍ରହରେ ଏଲିୟନ୍‌...

ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତି

ନୂଆଦିଲ୍ଲୀ,୨୦।୪: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍‌ ସରକାରଙ୍କୁ ନିନ୍ଦା କରିଛି। ଅନ୍ତରୀଣ ସରକାରଙ୍କ...

ପ୍ରଥମଥର ମଣିଷ ଡିମ୍ବାଶୟରୁ ମିଳିଲା ମାଇକ୍ରୋପ୍ଲାଷ୍ଟିକ୍‌, ବଢୁଛି ଚିନ୍ତା

ରୋମ୍‌,୨୦ା୪: ପ୍ରଥମଥର ପାଇଁ ମଣିଷ ଡିମ୍ବାଶୟ ଫୋଲିକୁଲାର ତରଳ ପଦାର୍ଥରେ ମାଇକ୍ରୋପ୍ଲାଷ୍ଟିକ୍‌ ମିଳିଛି।ଯାହାକି ଅତ୍ୟନ୍ତ ଚିନ୍ତାଜନକ। ଏହା ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଗଭୀର ପ୍ରଭାବ...

Humanoid Robots Race: ବିଶ୍ୱର ପ୍ରଥମ: ମାରାଥନ୍‌ରେ ୨୧ କି.ମି. ଦୌଡ଼ିଲେ ୨୧ ରୋବୋ

ବେଜିଂ, ୨୦।୪ (ପି.ଟି.): ରୋବୋଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକଠାରୁ ବହୁ ଆଗରେ ଥିବା ନେଇ ଚାଇନା ପୁଣିଥରେ ପ୍ରମାଣିତ...

ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍‌, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌କୁ…

ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ...

Gold Rate: ଏହି ସହରରେ ମିଳୁଛି ୬୦ହଜାର ଟଙ୍କାରେ ୨୪କ୍ୟାରେଟ ସୁନା, GST ସାଙ୍ଗକୁ ମେକିଂ ଚାର୍ଜ…

ସୁନା ଏକ ମୂଲ୍ୟବାନ ଧାତୁ। କିନ୍ତୁ ସୁନାର ମୂଲ୍ୟ ସବୁ ଦେଶରେ ସମାନ ନଥାଏ । ଏହାର ମୂଲ୍ୟ ଆମଦାନୀ ଶୁଳ୍କ, ଟିକସ, ଶ୍ରମ ଖର୍ଚ୍ଚ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image