ମାଲବାହୀ ଗାଡ଼ି ଧକ୍କାରେ ଶନି ମନ୍ଦିର ଚୁରମାର୍

ବଲାଙ୍ଗୀର,୧୭ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଲୋକନାଥ ମନ୍ଦିର ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଶ୍ରୀ ଶନିଦେବ ମନ୍ଦିର ଏକ କମ୍ପାନୀ ମାଲବାହୀ ଗାଡି ଧକ୍କାରେ ଚୁରମାର ହୋଇଯାଇଛି। ଗୁରୁବାର ଭୋର ସକାଳୁ ଏହି ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଗାଡିଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପଟରେ ଥିବା ଶ୍ରୀ ଶନିଦେବ ମନ୍ଦିରରେ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଶ୍ରୀ ଶନିଦେବ ମନ୍ଦିର ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଛି । ବାଇପାସ୍ ରାସ୍ତା ନଥିବାରୁ ଭାରୀଯାନ ଗୁଡ଼ିକ ସହର ମଧ୍ୟ ଦେଇ ଯିବା ଆସିବା କରୁଛି ଓ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି।

ଦୁର୍ଘଟଣା ପୁର୍ବରୁ ଭକ୍ତ ମାନେ ଶନି ଦେଵ ଙ୍କୁ ଦର୍ଶନ କରି ଘରକୁ ଫେରି ଯାଇଥିବା ବେଳେ ଦୁର୍ଘଟଣା ସମୟରେ ପୂଜକ ଓ ଭକ୍ତମାନେ ମନ୍ଦିରରେ ନ ଥିବାରୁ ବଡ଼ ବିପଦରୁ ଲୋକେ ରକ୍ଷା ପାଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଆଘିଅରେ ମହାପ୍ରସାଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମହାସୁଆର ସେବାୟତ ନିଯୋଗ

ପୁରୀ,୧୭ା୧୦: ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ...

କେୱାଇସି ଆଳରେ ଦାଦନ ଶ୍ରମିକଠାରୁ ୧ ହଜାର, ଯୋଗାଣ ବିଭାଗ ନିରବଦ୍ରଷ୍ଟା

ମହାକାଳପଡ଼ା୧୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ଅନେକ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରେ ରହିଛନ୍ତି, ବିଶେଷ କରି ହାଇଦ୍ରାବାଦ , ଚେନ୍ନାଇ , ଗୁଜରାଟ...

ଜେଲ୍‌ ଯିବୁ ପଛେ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟରେ ପୂରାଇ ଦେବୁନି, ୪ ଦିନ ହେଲା ଚାଲିଛି ଧାରଣା

କେସିଙ୍ଗା,୧୭ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସିସ୍ଥିତ ଜବାହର ଉଚ୍ଚ ବିଦ୍ୟାପୀଠ ବାଲସି (କ)ର ପୂର୍ବତନ ପ୍ରଧାନଶିକ୍ଷକ ବଂଶୀଧର ରାଉତଙ୍କୁ ଶିକ୍ଷା କମିଟି ଜିଦ୍‌...

ତୁଡୁକିବାଡ଼ିରେ ଧୂମ୍‌ଧାମରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା, ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୧୭ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର ହୋଇଛି। ଦାରିଙ୍ଗବାଡ଼ି ଚାରିଛକ ଓ ତୁଡୁକିବାଠାରେ ଅସ୍ଥାୟୀ ମଣ୍ଡପକୁ ସୁସଜ୍ଜିତ କରାଯିବା ସହ...

ପୁରୀରେ ଆନ୍ଦୋଳନକୁ ଓହ୍ଲାଇଲେ ହବିଷ୍ୟାଳୀ, ରାସ୍ତାରେ…

ପୁରୀ,୧୭।୧୦: ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। କାର୍ତ୍ତିକରେ ପୁଣ୍ୟ ଅର୍ଜନ ପାଇଁ ପୁରୀରେ ଭିଡ ଲଗାଇଛନ୍ତି ଭକ୍ତ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ସେପଟେ...

ବିରୋଧୀ ଦଳରେ ଯେଉଁ ମଜା ଶାସକ ଦଳରେ ନାହିଁ

ଜଗତ୍‌ସିଂହପୁର, ୧୭ା୧୦(ପ୍ରମୋଦ କୁମାର ନାୟକ): ବିରୋଧୀ ଦଳରେ ରହିଲେ ଯେଉଁ ମଜା ଅଛି, ତାହା ଶାସକ ଦଳରେ ନାହିଁ। ଦୀର୍ଘ ୧୦ ବର୍ଷ ଭିତରେ ମୁଁ...

୧୮ରୁ ୨ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ

ପୁରୀ,୧୭ା୧୦( ଅଜିତ୍‌ କୁମାର ମହାନ୍ତି): କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୧୮ ତାରିଖରୁ ଦୁଇଟି...

ବିଳମ୍ବରେ ପହଞ୍ଚତ୍ବାରୁ ପୋଲିସକୁ ମାଡ଼

ସୋନପୁର/ବିନିକା,୧୭।୧୦(ମୃତ୍ୟୁଞ୍ଜୟ ଶତପଥୀ/ ରାମଗୋପାଳ ବାଘ): ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଗ୍ରାମବାସୀ ମଙ୍ଗଳବାର ରାତି ସାରା କ୍ଲବ୍‌ ଘରେ ରଖିଲେ। ସୂଚନା ପାଇ ବୁଧବାର ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri