Categories: ଖେଳ

ଶଙ୍କର ମୁଥୁସାମି ସେମିଫାଇନାଲରେ

ସାଣ୍ଟାଣ୍ଡର (ସ୍ପେନ୍‌), ୨୯ା୧୦ (ପି.ଟି.): ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଶଙ୍କର ମୁଥୁସାମି ବିଡବ୍ଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା କରିଛନ୍ତି। ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ଚାଇନାର ହୁ ଝି ଆନ୍‌ଙ୍କୁ ୨୧-୧୮, ୮-୨୧, ୨୧-୧୬ରେ ପରାସ୍ତ କରିଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ୧ ଘଣ୍ଟା ୩୧ ମିନିଟ୍‌ ଧରି ଚାଲିଥିଲା। ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ରେ ପଦକ ହାସଲ କରିବାରେ ମୁଥୁସାମି ୯ମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଲକ୍ଷ୍ୟ ସେନ୍‌ ୨୦୧୮ରେ ଏକ ବ୍ରୋଞ୍ଜ ପାଇଥିଲେ। ମୁଥୁସାମି ସେମିଫାଇନାଲରେ ଥାଇଲାଣ୍ଡର ପନିତ୍‌ଚାଫନ୍‌ ତିରାରାତ୍‌ସକୁଲଙ୍କୁ ଭେଟିବେ। ମୁଥୁସାମି ଗୁରୁବାର ପ୍ରି-କ୍ୱାର୍ଟର ଫାଇନାଲରେ ଥାଇଲାଣ୍ଡର ନାଚାକୋର୍ନ ପୁସ୍‌ରିଙ୍କୁ ୨୧-୧୦, ୨୧-୧୨ରେ ହରାଇ ଦେଇଥିଲେ।

Share