ଶଙ୍ଖାମେଦୀକୁ ଗିଳିଲାଣି ପଶ୍ଚିମବଙ୍ଗ:  ନାଁ ବଦଳାଇ କରୁଛି ନିର୍ବାଚନ

ଭୋଗରାଇ,୨୪।୩(ପ୍ରଦୀପ ଦାସ)- ଓଡ଼ିଶା ସୀମାନ୍ତ ଗାଁ କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପଶ୍ଚିବମଙ୍ଗ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଶଙ୍ଖାମେଦୀ ଗାଁ ଉପରେ ଆଖି ପକାଇଛି। ପଶ୍ଚିମବଙ୍ଗ ଏହି ଗାଁକୁ ପୂର୍ବମେଦିନୀପୁର ଜିଲା ରାମନଗର ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ କରି ନିର୍ବାଚନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏପରିକି ଶଙ୍ଖାମେଦୀ ଗାଁର ନାମକୁ ମଧ୍ୟ ବଦଳାଇ ଶାଙ୍ଖାମୁଦୀ କରିଛି। ନିର୍ବାଚନ ଲାଗି ଗାଁରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଛି। ଗାଁସାରା ବ୍ୟାନର, ପୋଷ୍ଟରରେ ଛାଇଯାଇଛି।
ଓଡ଼ିଶାର ଶଙ୍ଖାମେଦୀ ଗାଁ ଅନଳିଆ ପଞ୍ଚାୟତ ଅଧୀନରେ ରହିଛି। ଏହାର ଲୋକସଂଖ୍ୟା ୬୫୦ରୁ ଊର୍ଦ୍ଧ୍ୱ। ସାଢ଼େ ୩ଶହରୁ ଊର୍ଦ୍ଧ୍ୱ ଭୋଟର ପଶ୍ଚିମବଙ୍ଗ ନିର୍ବାଚନରେ ସାମିଲ ହେବା ଲାଗି ସଜବାଜ ହେଉଛନ୍ତି। ସେଠାରେ ୧୯୫୪ ମସିହାରେ ଏକ ନନଫର୍ମାଲ ସ୍କୁଲ ନିର୍ମାଣ କରାଯାଇ ପାଠପଢ଼ା ଶୁଭାରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୮ରେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ପ୍ରଚେଷ୍ଟାରେ ସର୍ବଶିକ୍ଷା ଅଭିଯାନରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ସେଠାରେ ଏବେ ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଯାଉଛି। ଓଡ଼ିଶା ସରକାର ୧୯୬୨ରୁ ଉକ୍ତ ଗ୍ରାମରୁ ରାଜସ୍ବ ଆଦାୟ ବନ୍ଦ କରିଦେଇଥିବା ବେଳେ ବିଦ୍ୟୁତ୍‌, ଅଙ୍ଗନୱାଡ଼ି, ରାସ୍ତା, ରାଶନକାର୍ଡ଼, ଭତ୍ତା, ପାଇଖାନା ଆଦି ସମସ୍ତ ସୁବିଧାସୁଯୋଗ ଅଦ୍ୟାବଧି ଦେଇଆସୁଛନ୍ତି। ଦୀର୍ଘବର୍ଷ ଧରି ରାଜସ୍ବ ଗାଁ ଦାବି କରି ଆସୁଥିବା ଏହି ଗାଁ ଲୋକଙ୍କ ଗୁହାରି ବୁଝିବା ପାଇଁ କାହାର ସମୟ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜାତିଗତ ପ୍ରମାଣପତ୍ର ମିଳୁ ନ ଥିବାରୁ ଉଚ୍ଚଶିକ୍ଷା ପାଇଁ ଛାତ୍ରୀଛାତ୍ରମାନେ ହିନସ୍ତା ହେଉଥିବାର ଗ୍ରାମବାସୀ କହିଛନ୍ତି। ଅପରପକ୍ଷରେ ପଶ୍ଚିମବଙ୍ଗ ସରକାରଙ୍କଠାରୁ ଅନୁରୂପ ଭାବେ ସୁବିଧା ସୁଯୋଗ ପାଉଥିଲା ବେଳେ ପଶ୍ଚିମବଙ୍ଗ ସରକାର ୨୦୧୩ ମସିହାଠାରୁ ଏହି ଗାଁରୁ ଖଜଣା ଆଦାୟ ବନ୍ଦ କରିଛନ୍ତି। ଗାଁର ୱାର୍ଡ଼ମେମ୍ବର ଅଜୟ ଜେନା, ବିଷ୍ଣୁପଦ ଜେନା, ସୁନୀଲ ଦଳାଇ, ସେକ୍‌ ଗଫୁର ପ୍ରମୁଖ ଆମେ ଓଡ଼ିଆ, ଆମ ପିତୃପୁରୁଷ ଥିଲେ ଓଡ଼ିଆ, ତେଣୁ ଆମେ ଓଡ଼ିଶାରେ ଜନ୍ମିଛୁ, ମରିବୁ ମଧ୍ୟ ଓଡ଼ିଶା ମାଟିରେ। ଏଣୁ ରାଜ୍ୟ ସରକାର ଆମକୁ ପଟ୍ଟା ଓ ଜାତିଗତ ପ୍ରମାଣପତ୍ର ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି। ନିର୍ବାଚନ ପ୍ରସଙ୍ଗରେ ରାମନଗର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଅଖିଳ ଗିରି କୁହନ୍ତି, ଶଙ୍ଖାମେଦୀ ଗାଁର ଭୋଟରମାନେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ନିର୍ବାଚନରେ ଅଂଶଗ୍ରହଣ କରିଥାନ୍ତି। ଏଥିରେ କୌଣସି ଆପତ୍ତି ନାହିଁ । ଭୋଗରାଇ ବିଧାୟକ ଅନନ୍ତ ଦାସ କୁହନ୍ତି, ଶଙ୍ଖାମେଦୀ ଗାଁକୁ ଓଡ଼ିଶା ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଆସୁଛନ୍ତି। ଏହି ଗାଁ ଓଡ଼ିଶାର ଥିଲା ଓ ଅଛି। ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଶଙ୍ଖାମେଦୀ ଓଡ଼ିଶାର ରାଜସ୍ବ ଗ୍ରାମ ନୁହେଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri