ମତଦାନ କଲେ ଓଡ଼ିଶାର ଶଙ୍ଖାମେଦୀ ଭୋଟର

ଭୋଗରାଇ,୯।୭:(ପ୍ରଦୀପ ଦାସ)ସୀମା ବିବାଦକୁ ନେଇ ଆନ୍ଧ୍ର, ଛତିଶଗଡ଼, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ ସ୍ଥିତି ଜଟିଳ ହେଉଥିବା ବେଳେ ଶନିବାର ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନଳିଆ ପଞ୍ଚାୟତ ଅଧୀନ ଶଙ୍ଖାମେଦୀ ଗାଁର ୩ଶହର ଊର୍ଦ୍ଧ୍ୱ ଭୋଟର ଭୋଟ ଦେଇଥିବା ସୂଚନା ମିଳିଛି। ସ୍ବତନ୍ତ୍ର ଓଡିଶା ପ୍ରଦେଶର ୮୬ବର୍ଷ ପୂରିଥିବା ବେଳେ ଓଡ଼ିଶାର ଶଙ୍ଖାମେଦୀ ଗାଁକୁ ପଶ୍ଚିମବଙ୍ଗ ଏକପ୍ରକାର ଗିଳି ଦେଇଥିବାରୁ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଶଙ୍ଖାମେଦୀ ଗାଁ ୧୯୨୭ ମସିହାରୁ ୧୯୮୦ ମସିହା ପର୍ଯ୍ୟନ୍ତ ଓଡିଶା ସରକାର ଏହି ଗ୍ରାମରୁ ରାଜସ୍ବ ଆଦାୟ କରୁଥିବା ବେଳେ ୧୯୭୮ ମସିହାରୁ ଏହି ସୀମାନ୍ତ ଗ୍ରାମ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲା ରାମନଗର ବ୍ଲକ ଅଧୀନକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଛକାପଞ୍ଝା ଲାଗିରହିଛି l ସେବେଠୁ ଏହି ଗ୍ରାମରେ ରାଜସ୍ବ ଆଦାୟ ବନ୍ଦ ରହିଛି l ୧୯୫୪ ମସିହା ଠାରୁ ଓଡିଶା ସରକାର ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ, ଗ୍ରାମ ରାସ୍ତା ନିର୍ମାଣ କରିଥିବା ବେଳେ ବିଦ୍ୟୁତ ସଂଯୋଗ, ବିଶୁଦ୍ଧ ପାନୀୟଜଳ, ଶୌଚାଗାର ଓ ରାଶନକାର୍ଡ ଯୋଗାଇ ଦେଇଛନ୍ତି। ଅନୁରୂପ ଭାବେ ପଶ୍ଚିମବଙ୍ଗ ସରକାର ମଧ୍ୟ ଏହି ଗ୍ରାମକୁ ଅନ୍ୟାନ୍ୟ ମୌଳିକ ସୁବିଧା ସହ ଆବାସ ଯୋଜନା ଯୋଗାଇ ଦେଉଛନ୍ତି । ଓଡିଶା ନୂତନ ଗୃହ ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ରମାନେ ଅଦ୍ୟାବଧି ଓଡ଼ିଆରେ ପାଠ ପଢ଼ୁଥିବାବେଳେ ଓଡ଼ିଆ ଶିକ୍ଷକ ନିଯୁକ୍ତି ହୋଇଛନ୍ତି। କିନ୍ତୁ ଏହି ଗ୍ରାମରୁ ରାଜସ୍ବ ଆଦାୟ ହେଉ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣପାତ୍ର ମିଳୁନାହିଁ। ଏଭଳି ସ୍ଥିତିରେ ଓଡ଼ିଆ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘବର୍ଷ ଧରି ଶଙ୍ଖାମେଦୀ ଗାଁ ଉଭୟ ରାଜ୍ୟର ଦ୍ୱୈତ୍ୟ ଶାସନ ଚାଲି ଆସୁଥିବା ବେଳେ ଏଠାକାର ଭୋଟରମାନେ ଦୁଇ ରାଜ୍ୟର ଭୋଟର କାର୍ଡ ହାତେଇ ନେଇ ଭୋଟ ଦେଉଛନ୍ତି। ଅପରପକ୍ଷରେ ଭୋଗରାଇ-ଜଳେଶ୍ୱର ପଶ୍ଚିମବଙ୍ଗ ସୀମାନ୍ତ ୧୨ଟି ଗାଁ ଉଣା ଅଧିକେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri