ଆଉ ନାହାନ୍ତି ପ୍ରତିଷ୍ଠିତ ନୃତ୍ୟଗୁରୁ ସାନ୍ତା ରାଓ

ଜଟଣୀ,୧୫।୮(ରବିନ୍ଦ୍ରନାଥ ମହାକୁଡ଼): ଆଜି ସମଗ୍ର ଅଞ୍ଚଳରେ ସ୍ବାଧୀନତା ଦିବସକୁ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିଲା ବେଳେ ଜଟଣୀ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଟଣୀର ପ୍ରତିଷ୍ଠିତ ନୃତ୍ୟ ଗୁରୁ ସାନ୍ତା ରାଓ ସ୍ଥାନୀୟ ମଧୁସୁଦନ ନଗର ସ୍ଥିତ ଶିକ୍ଷାକେନ୍ଦ୍ରରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଘଟଣାସ୍ଥଳରେ ସନ୍ତାଙ୍କ ଜଣେ ସମ୍ପର୍କୀୟ ମହିଳା ପହଞ୍ଚି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଏକ ଆମ୍ବୁଲାନ୍ସ ଯୋଗେ ଜଟଣୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଖବର ପାଇଁ ଜଟଣୀ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପ୍ରଚାରିତ ହେବା ହେବେ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ନୃତ୍ୟଗୁରୁ ସାନ୍ତାଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ ସ୍ବାମୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସ୍ବାମୀଙ୍କୁ ଯୋଜନା ମୁତାବକ ହତ୍ୟା କରାଯାଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ଦୋଷୀଙ୍କୁ ଉଚିତ ଦଣ୍ଡପାଇଁ ଦାବି କରିଛନ୍ତି।

Share